April 27, 2026

ମନ୍ଦିର ବେଢ଼ାରେ ବିଧବାଙ୍କୁ ବଳାତ୍କାର; ରାଜମିସ୍ତ୍ରୀ ଅଟକ

IMG-20230316-WA0002
Share

 

ନୀଳଗିରି: ଜଣେ ବିଧବାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ମନ୍ଦିର ବେଢ଼ାରେ ବଳାତ୍କାର କରିବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତ ରାଜମିସ୍ତ୍ରୀକୁ ଅଞ୍ଚଳବାସୀ କାବୁ କରି ନିସ୍ତୁକ ଛେଚିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି,

ବାଲେଶ୍ୱର ଜିଲା, ନୀଳଗିରି ଥାନା ମାନଗଡ ଅଞ୍ଚଳର ବାପ ଘରେ ରହୁଥିବା ଜଣେ ବିଧବା ମହିଳାଙ୍କୁ ଖନ୍ତାପଡ଼ା ଥାନା କସବା ଜୟପୁର ଅଞ୍ଚଳର ଝାମ୍ପ ଓରଫ ବିଶ୍ଵନାଥ ବେହେରା (୪୬) କାମ ଦେବା ବାହାନାରେ ପ୍ରଲୋଭିତ କରି ନେଇ ଯାଇଥିଲା। କାମ ପାଇ ନିଜ ପେଟ ପୋଷିବା ସ୍ବପ୍ନ ଦେଖିଥିବା ମହିଳା ଜଣକ କିନ୍ତୁ ଏହି ରାଜମିସ୍ତ୍ରୀର କାମାନ୍ଧତା ସମ୍ବନ୍ଧରେ ଜାଣି ପାରି ନଥିଲା। ସମ୍ପୃକ୍ତ ରାଜମିସ୍ତ୍ରୀ ବିଧବାଙ୍କୁ ଏଠାରୁ ନେଇ ତାଙ୍କ ଗାଁ ପାଖରେ ଥିବା ଏକ ମନ୍ଦିର ବେଢ଼ାରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

କିଛି ସମୟ ଯିବା ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବାଇକରେ ବସାଇ ବୁଧବାର ରାତିରେ ତାଙ୍କ ଘରକୁ ଛାଡ଼ିବାକୁ ଆସି ଖସି ପଳାଇବାକୁ ଉଦ୍ୟମ କରିଥିଲା। ବିଧବା ଜଣକ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ପ୍ରକାଶ
କରିବାରୁ ଅଭିଯୁକ୍ତ ରାଜମିସ୍ତ୍ରୀକୁ ସ୍ଥାନୀୟ ଲୋକେ ନିସ୍ତୁକ ଛେଚିଛନ୍ତି। ପାଟ୍ରୋଲିଂରେ ଯାଇଥିବା ଏଏସଆଇ ଉତ୍ତମ ସିଂ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବର ପାଇ ତାକୁ ସେଠାରୁ ଉଦ୍ଧାର କରି ନୀଳଗିରି ଥାନାରେ ଅଟକ ରଖିଛନ୍ତି। ସେପଟେ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଏହି ଘଟଣା ଶୁଣି ସଦଳବଳେ ପୀଡ଼ିତାଙ୍କ ଘରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି।