September 25, 2026

ଜିଲ୍ଲାସ୍ତରୀୟ ବିସିଜି ଟୀକାକରଣର ଶୁଭାରମ୍ଭ

IMG-20240924-WA0020
Share

 

ରାୟଗଡ଼ : ଜିଲ୍ଲାସ୍ତରୀୟ ବିସିଜି ଟୀକାକରଣ ର ଶୁଭାରମ୍ଭ ଆଜି ରାୟଗଡ଼ ଜିଲ୍ଲା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲ ମୋହନ ରାଉତରାୟ ଙ୍କ କରକମଳ ରେ ହୋଇଯାଇଛି | ସ୍ଥାନୀୟ ବରିଷ୍ଠ ନାଗରିକଙ୍କୁ ଟୀକା ଦାନ କରାଯାଇ ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା | ଏହି ଅଵସରରରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡ଼ା ମମତା ସାହୁ , ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ ) ଡ଼ା ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ା ପ୍ରଦୀପ୍ତ କୁମାର ସୁବୁଦ୍ଧି, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଡା ଚିନ୍ମୟ ବେହେରା , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ଶ୍ରୀ ରାଜେଶ୍ବର ରାଓ ପଟ୍ଟନାୟକ, ସହକାରୀକାର୍ଯ୍ୟକ୍ରମ ପରିଚାଳକ (ସହରାଂଚଳ ସ୍ୱାସ୍ଥ୍ୟ ) ଶ୍ରୀ କିରଣ କୁମାର ପାତ୍ର , ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (ଯକ୍ଷ୍ମା ) ଶ୍ରୀ ନବୀନ ମହାନ୍ତି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଶା, ସ୍ୱାସ୍ଥ୍ୟ କର୍ମୀ, ଏବଂ ବୟସ୍କ ବ୍ୟକ୍ତି ବିଶେଷ ଙ୍କୁ ନେଇ ବିସିଜି ଟୀକା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା |

ଏଠାରେ ଉଲ୍ଳେଖ୍ୟଯୋଗ୍ୟ ଯେ, ବିସିଜି ଟୀକା ଯକ୍ଷ୍ମା ରୋଗ ପାଇଁ ଉଦ୍ଦିଷ୍ଟ। ଯକ୍ଷ୍ମା ଏକ ଜୀବାଣୁ ଜନିତ ସଂକ୍ରାମକ ରୋଗ, ମାଇକୋ ବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ ନାମକ ଏକ ଜୀବାଣୁ ଏହି ରୋଗ କରିଥାଏ। ଯକ୍ଷ୍ମା ରୋଗୀ କଥା ହେବା, ଛିଙ୍କିବା ଓ କାଶିବା ବେଳେ ଜେଉଁ ଛେପ କଣିକା ବାୟୁ ମଣ୍ଡଳରେ ଭାସେ, ତାହା ନିକଟରେ ଥିବା ସୁସ୍ଥ ବ୍ୟକ୍ତିଙ୍କ ଶ୍ୱାସ ନଳୀକୁ ସଂକ୍ରମିତ କରିଥାଏ। ସୁସ୍ଥ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ଥିଲେ, ଜୀବାଣୁ ରୋଗ କରିବା ସକ୍ଷମ ହୁଏ। ବର୍ତ୍ତମାନ ଭାରତ ସରକାର, ଯକ୍ଷ୍ମା ରୋଗକୁ ମୂଳରୁ ଶେଷ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି , ସେଥି ନିମନ୍ତେ ରୋଗୀଙ୍କୁ ଶୀଘ୍ର ଚିହ୍ନଟ, ସମ୍ପୂର୍ଣ୍ଣ ଚିକିତ୍ସା ଓ ପ୍ରତିରୋଧକ ଔଷଧ ଜାରି ରଖିବା ସହ ସମସ୍ତ ଯୋଗ୍ୟ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ଦ୍ଵିତୀୟ ବିସିଜି ଟୀକା ଦେବା ପାଇଁ ସ୍ଥିର ହୋଇଛି |

ଜିଲ୍ଲାସ୍ତରୀୟ ବିସିଜି ଟୀକାକରଣ ର ଶୁଭାରମ୍ଭ ଅବସରରେ ଯୋଗଦେଇ ଡା ଲାଲ ମୋହନ ରାଉତରାୟ କହିଥିଲେ ଯେ, ଆମ ରାଜ୍ୟରେ ୧୫ଟି ଜିଲ୍ଲା ରେ ଟୀକାକରଣ କରା ଯାଉଛି। ଆମ ଜିଲ୍ଲା ରେ ୧୨୮୦୦୦ ହିତାଧିକାରୀ ମାନଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି | ଏହି ଟୀକା ୬୦ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତି, ୧୮ ବର୍ଷରୁ ଉର୍ଦ୍ଧ ଯେଉଁମାନେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଯକ୍ଷ୍ମା ରେ ପିଡିତ ଥିଲେ ଓ ବର୍ତ୍ତମାନ ଔଷଧ ସେବନ ସରିଛି, ବିଗତ ତିନି ବର୍ଷ ଭିତରେ ଯକ୍ଷ୍ମା ପିଡିତଙ୍କ ସଙ୍ଗେ ତାଙ୍କ ଘରେ ରହୁଥିବା ବ୍ୟକ୍ତି, ସମସ୍ତ ମଧୁମେହ ରୋଗୀ, ସମସ୍ତେ ଯେଉଁମାନେ ଧୁମ୍ରପାନ କରୁଛନ୍ତି କିମ୍ବା ଅତୀତରେ କରିଛନ୍ତି, ଯେଉଁମାନେ ଅତ୍ୟନ୍ତ ପୁଷ୍ଟିହିନ ଅଛନ୍ତି (BMI < ୧୮) ନେଇପାରିବେ ଏବଂ ଏହି ଟୀକା ପ୍ରତ୍ୟେକ ମହିଳା ସ୍ବାସ୍ଥ୍ୟ କର୍ମୀ, ନିଜ ଅଞ୍ଚଳରେ ଟୀକାଦାନ ପାଇଁ ଯୋଜନା କରି, ଗ୍ରାମ୍ୟ ସ୍ତରରେ ଓ ସହରାଞ୍ଚଳରେ ସାହି ସ୍ତରରେ ଟୀକା ଦାନ କରିବେ। ଏଣୁ ସମସ୍ତ ହିତାଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରି ଏହି ଟୀକାକରଣ କାର୍ଯ୍ୟକ୍ରମ ସଫଳ କରିବାକୁ ମୋର ସାଦର ଅନୁରୋଧ ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed