September 29, 2024

କୁଲତା ସମାଜ ର ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍ ଘାଟ୍ 

Share

ଝାରବନ୍ଧ – (ଜୟନ୍ତ କୁମାର ସେଠ) ବରଗଡ଼ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମର ଧାନ ମଣ୍ଡି ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମାଁ ଝଣ୍ଡା,କଳସ ଶୋଭା ଯାତ୍ରା ଓ ବିଶାଳ ‌ଉଚ୍ଚତାର ଜୁଗାର ଶୋଭାଯାତ୍ରାରେ ବାହାରି ନୃତ୍ୟ ବାଦ୍ୟ ହୁଳହୁଳି ହରିବୋଲ ଶବ୍ଦରେ ସମଗ୍ର ଗ୍ରାମ ମୁଖରିତ ହେଉଥିଲା।ବିଶାଳ ପଟୁଆରରେ ସମଗ୍ର ବିଲାସପୁର ଗ୍ରାମ ପରିକ୍ରମା କରି ଧାନ ମଣ୍ଡି ରେ ପହଞ୍ଚିଥିଲେ। ସେଠାରେ କଳସ ସ୍ଥାପନ କରି କୁଲତା ସମାଜ ର ପୂଝାରୀ ଶ୍ରୀ ଅଶୋକ ପ୍ରଧାନ ଓ ଶ୍ରୀ ଗଣେଶ ଭୋଇ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ଓ ବା ଵା ଵିଶାସହେ ଙ୍କ ପୂଜାର୍ଚ୍ଚନା କରିଥିଲେ। ଏଥରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ର ସଭାପତି ଶ୍ରୀ ଯୋଗେନ୍ଦ୍ର ଭୋଇ, ପୂର୍ଣ୍ଣାନନ୍ଦ ଭୋଇ ସଂପାଦକ, ଗୋବର୍ଦ୍ଧନ ଗଡତିଆ ବୁରୋମୁଣ୍ଡା କେନ୍ଦ୍ର ସଭାପତି, ସମ୍ମାନିତ ଅତିଥି ସଦାନନ୍ଦ ବଢେଇ କନଶିହା ସଭାପତି,ସନତ ଭୋଇ ଦହିଗାଁ ସଭାପତି, ଲକ୍ଷ୍ମଣ ସମ୍ବଲପୁରୀ ସଭାପତି , ସୁକୁମାର ଦେଉଲି ସଭାପତି, ଦୁବରାଜ ପ୍ରଧାନ ମହୁଲ ପାଲି କେନ୍ଦ୍ର ସଭାପତି, ନିତ୍ୟାନନ୍ଦ ପ୍ରଧାନ ପାଇକମାଳ କେନ୍ଦ୍ର ସଭାପତି,ଟାଇଲଚନ୍ଦ୍ର ଭୋଇ,୨୪ ତମ ମହାସଭା ସଦସ୍ୟ, ଦିବାକର ପ୍ରଧାନ,ଆନନ୍ଦ ଖମାରି, ଖଗେଶ୍ବର ସାହୁ ବିଭିନ୍ନ କେନ୍ଦ୍ର ସଭାପତି ଉପସ୍ଥିତ ଥିଲେ। ଛତିଶଗଡ ରୁ ହରିଚନ୍ଦନ ପ୍ରଧାନ, ଗିରିଧାରୀ ସାହୁ, ମଥାମଣି ବଢେଇ,ସୁବର୍ଦ୍ଧ ପ୍ରଧାନ ଶ୍ରୀମତୀ ମନ୍ଦାକିନୀ ସାହୁ ,ମସାନ କୁଣ୍ଡା ସଭାପତି ଭୋଲାନାଥ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ସେହି ପରି ଝାରବନ୍ଧ ବ୍ଲକ କୁଲତା ସମାଜ ସଭାପତି ଶ୍ରୀ ବାସୁଦେବ ପ୍ରଧାନ ସଂପାଦକ ଶ୍ୟାମସୁନ୍ଦର ବେହେରା,ତୁଲାରାମ ଭୋଇ ଉପସଭାପତି ଉପେନ୍ଦ୍ର ପ୍ରଧାନ ସହ ସଂପାଦକ, ଗୋପବନ୍ଧୁ ସାହୁ ଗୌଡମାଲ କେନ୍ଦ୍ର, ସଭାପତି, ଆନନ୍ଦ ନାୟକ ସଂପାଦକ,ତୁଲସିରାମ ପ୍ରଧାନ କୋତନା କେନ୍ଦ୍ର ସଭାପତି, ହେମନ୍ତ ସାହୁ ସଂପାଦକ,ସୁରେନ୍ଦ୍ର ଗଡତିଆ ଛୋଟ ଅନକି କେନ୍ଦ୍ର ସଭାପତି,ହାରାଧନ ପ୍ରଧାନ ଭଣ୍ଡାର ପୁରୀ କେନ୍ଦ୍ର ସଭାପତି ପ୍ରମୁଖ ନୁଆଁଖାଇ ଭେଟଘାଟ ଓ ଭାଇଚାରା ଉପରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ। ମଞ୍ଚକୁ ଆକୃଷ୍ଟ କରିବା ପାଇଁ କୁନି କୁନି ଝିଅ ମାନେ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲେ। ସମାଜ ର ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସେହି ପରି ସମାଜର ସଫଳ ଚାଷୀ ଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ସେହି ପରି ସମାଜର 80% ନମ୍ବର ରଖିଥଵା କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ନୁଆଁଖାଇ ଭେଟଘାଟ ସଭାକୁ ସୁଚାରୁରୂପେ ସମ୍ପାଦନା କରିଥିଲେ କୁଲତା ସମାଜର ବ୍ଲକ ସଂପାଦକ ଶ୍ରୀ ଶ୍ୟାମସୁନ୍ଦର ବେହେରା ଓ ବିଲାସପୁର ଗ୍ରାମ ପଞ୍ଚାୟତ ର କୁଲତା ସମାଜର ଯୁବ ସଂଗଠନ , ଛୋଟ ଅନକି ସମିତି ସଭ୍ୟ ସତ୍ୟମ୍ ପ୍ରଧାନ,ସହଯୋଗ କରିଥିଲେ l