June 26, 2026

ଅଖିଳ ଭାରତୀୟ ଗୋଁଣ୍ଡ ସମାଜ ରାଜବୋଡା ସମ୍ବର ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ 

IMG-20240923-WA0026
Share

 

ପଦ୍ମପୁର : 22.09(ଜୟନ୍ତ କୁମାର ସେଠ)ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ର ଷଢ଼ବଂଶୀୟ ଗୋଁଣ୍ଡ ସମାଜ ରାଜବୋଡା ସମ୍ବର ବ୍ଲକ ଆୟୋଜନ ସମିତି ତରଫରୁ ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପଦ୍ମପୁର ଗୋରୁ ବଜାର ପ୍ରାଙ୍ଗଣରେ ସଭାପତି ରମେଶ ଜଗତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ସଭା ରେ ଓଡିଶା ରାଜ୍ୟ ମହା ସଚିବ ପ୍ୟାରୀମୋହନ ନାୟକ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଘାସିରାମ ମାଝୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ,ନୂଆପଡା ଜିଲ୍ଲା ସଭାପତି ଖାମ ସିଂ ମାଝୀ,ନନ୍ଦ କିଶୋର ଧରୁଆ, ଚୂଡ଼ାମଣି ଧରୁଆ ଜିଲ୍ଲା ମହାସଚିବ ଧନେଶ୍ୱର ସିଂ,ବରଗଡ ଜିଲ୍ଲା ସଭାପତି ଭାଗିରଥି ସିଂ, ଜିଲ୍ଲା ପ୍ରଚାର ମହାସଚିବ ରଘୁନନ୍ଦନ ଦେଓ,ପଦ୍ମପୁର ମହାସଚିବ କମଲ ଲୋଚନ ଭୋଇ, ପୁରେନା ସର୍କଲ ସଭାପତି ଡିଲେଶ୍ଵର ସିଦାର, ପଦ୍ମପୁର ସଭାପତି ମଙ୍ଗଳ ସିଂ ସିଦାର, ସାରସମାଲ ସଭାପତି ସନାତନ ଧରୁଆ, କେଦାର ଧରୁଆ, ପ୍ରଦୀପ ଧରୁଆ, ପଞ୍ଚାନନ ଧରୁଆ, ଯୋଗେଶ୍ୱର ଧରୁଆ, ହରିଚନ୍ଦ୍ର ଧରୁଆ, ଅଶ୍ୱିନୀ ଧରୁଆ,ଡିଙ୍ଗର ଧରୁଆ, ରମେଶ ସିଦାର,ଓ ପଦ୍ମପୁର, ଝାରବନ୍ଧ, ପାଇକମାଳ ବ୍ଲକ ସମେତ ବରଗଡ ଜିଲ୍ଲା ର ବିଭିନ୍ନ ବ୍ଲକ ର କର୍ମକର୍ତ୍ତା ଯୋଗଦାନ କରିଥିଲେ l ଏହି ଅବସରରେ ସମାଜ ର କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l

You may have missed