October 25, 2026

ନୂଆଗଡ ଠାରେ ଦ୍ୱିତୀୟ ପର୍ଯ୍ୟାୟ ମାଛଧରା ବନ୍ଦର ।

IMG-20230315-WA0047
Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ର ନୂଆଗଡ ଠାରେ ପୁଣି ଏକ ମାଛ ଧାରା ବନ୍ଦର ରାଜ୍ୟ ଓ କେନ୍ଦ୍ର ସରକାର ଙ୍କର ମିଳିତ ସହାୟତାରେ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ବନ୍ଦର ଟି ବଙ୍ଗୋପ ସାଗର ଠାରୁ ତିନି କିଲୋମିଟର ଦୂରରେ ଦେବୀନାସୀ ର ଡାହାଣ ପାର୍ଶୋରେ ପ୍ରତିଷ୍ଠା କରାଯିବ। ପୂର୍ବରୁ ଥିବା ମାଛ ଧାରା ବନ୍ଦର ଟି ସୁପର ମହାବାତ୍ୟା ରେ ବହୁ କ୍ଷତି ଗ୍ରସ୍ତ ହୋଇଥିଲା । ତେଣୁ କରି ଉଭୟ ସରକାର ନୂତନ ବନ୍ଦର ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇ ବାଙ୍ଗାଲୋର ର ଏକ ଅନୁଷ୍ଠାନ,ସି ଆଇ,ସି ଇ ଏଫ ଦ୍ବାରା ସର୍ଭେ କରାଯାଇ 82,86 କୋଟି ଅଟକଳ କରାଯାଇ ଅଛି । ବନ୍ଦର ପାଇଁ ଯାଗା ପ୍ରାୟ 40, 39ଏକର ରହିଥିବା ବେଳେ,ବରଫ କଳ, ମତ୍ସ ଅବତରଣ କେନ୍ଦ୍ର, ଡଙ୍ଗା ମରାମତି ଜାଗା,ଡଙ୍ଗା ରହିବା ଜାଗା,ସୁରକ୍ଷା କର୍ମୀ ଗୃହ,ପ୍ରଶାସନିକ ଗୃହ,ଜାଲ ମରାମତି ଗୃହ,ମୁହାଣ ମୁଁହ ଖନନ, ପାନୀୟ ଜଳ ,ରାସ୍ତା,ପାଚେରୀ ଭଳି ବହୁ ଜିନିଷ ପ୍ରତିଷ୍ଠା ହେବାର ରହି ଅଛି । ଏହି ପ୍ରକଳ୍ପ ଟି, ସି ସାର୍ ଯେଡ,1ବି,ସି ଆର୍,ଜେଡ,3 ଓ ସି, ଆର, ଜେଡ୍,4 ଭିତରେ ରହୁଥିବା ବେଳେ,1,960 ଯାନ୍ତ୍ରିକ ଡଙ୍ଗା ଚଳ ପ୍ରଚଳ ହେବାର ସୁବିଧା ରହିଅଛି । ଏହି ଉପଲକ୍ଷେ,ବୁଧବାର ଦିନ ଏହାର ସ୍ଥାପନା ନେଇ ଏକ ଜନ ଶୁଣାଣି ମେରାଇନ୍ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ,ପୁରୀ ର ଉପ ଜିଲ୍ଲା ପାଳ, ଭାବତରଣ ସାହୁ,ଅସ୍ତରଙ୍ଗ ତହସିଲଦାର ରାଜ ଲକ୍ଷ୍ମୀ ନାୟକ,,ଜିଲ୍ଲା ଖାରିୟ ଜଳ ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲ୍ଲିକ,, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସଂସ୍ଥା ର ଆଞ୍ଚଳିକ ଅଧିକାରୀ, ମତ୍ସ ଯିବି ନେତା ପ୍ରସନ୍ନ ବେହେରା,ଅଧିକାରୀ ବେହେରା,ସରପଞ୍ଚ ଜିତେନ୍ଦ୍ର ସ୍ବାଇଁ ,ସମିତି ସଭ୍ୟ ରାମ ନାୟକ,ଅସ୍ତରଙ୍ଗ ଅଞ୍ଚଳର ଜନସାଧାରଣ ପ୍ରଭୁତି ଯୋଗ ଦେଇ ଜନ ଶୁଣାଣିରେ ବା ଆଲୋଚନାରେ ଭାଗ ନେଇଥିଲେ । ଏହି ଅତ୍ୟାଧୁନିକ ମାଛ ଧରା ବନ୍ଦର ତିନିବର୍ଷ ଭିତରେ କାର୍ଯ୍ୟ କ୍ଷମ ହେବ ବୋଲି ଜଣା ପଡ଼ିଛି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ