September 21, 2024

ଧନ୍ଦା ମୂଳକ ଛାତ୍ରଛାତ୍ରୀ ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭ୍ରମଣ

Share

 

ପୁସ୍ତକ ପାଠ ରୁ ଜ୍ଞାନ ଆହରଣ ହୋଇଥାଏ ମାତ୍ର ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ ପାଇଁ ଅନୁଭୂତି ଦରକାର ହୋଇଥାଏ ବୋଲି ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱାରିକାନାଥ ବିଶ୍ଵାଳ ଛାତ୍ରଛାତ୍ରୀ ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭ୍ରମଣ ଅବସରରେ ପ୍ରକାଶ କରିଥିଲେ। ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା (ରିଟେଲ୍) ର ନବମ ଓ ଦଶମ ଶ୍ରେଣୀର 70 ଜଣ ଛାତ୍ରଛାତ୍ରୀ ତାଲିମ୍ ନେବା ପାଇଁ ପୁରୀ ର ବିଭିନ୍ନ ବାଣିଜ୍ୟକ ପ୍ରତିଷ୍ଠାନ ପରିଦର୍ଶନ ରେ ଆସିଥିଲେ। ଶିକ୍ଷକ ଜଗଦୀଶ ମିଶ୍ର, ସୁନୀଲ କୁମାର ସ୍ଵାଇଁ ଓ ଶିକ୍ଷୟତ୍ରୀ ଶଙ୍ଖ ଶ୍ରାବଣୀ ଦାଶ ଙ୍କ ତତ୍ତ୍ଵାବଧାନ ରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବାଣିଜ୍ଯକ ପ୍ରତିଷ୍ଠାନ ରେ ପ୍ରବେଶ କରି ମାର୍କେଟିଂ ମ୍ୟାନେଜର, ଷ୍ଟୋର କିପର,କ୍ୟାସିୟର ଓ ସେଲସ୍ ଏକଜିକ୍ୟୁଟିଭ ମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଯୋଗଯୋଗ କରିଥିଲେ ଏବଂ ଷ୍ଟୋର ରେ ସେମାନଙ୍କର ଦାୟିତ୍ଵ, କର୍ତ୍ତବ୍ୟ, ବିକ୍ରି,ଖରିଦ୍ ଓ ସମାଗ୍ରୀ ର ଭଣ୍ଡାର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। କ୍ରେତା ବିକ୍ରେତା ମାନଙ୍କ ମଧ୍ୟରେ ଉପଯୁକ୍ତ ସମ୍ପର୍କ ଓ ଉତ୍ତମ ବ୍ୟବହାର କିପରି ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଥାଏ ମଧ୍ଯ ପଚାରି ବୁଝିଥିଲେ। ଛାତ୍ରଛାତ୍ରୀମାନେ ରିଟେଲ୍ କ୍ଷେତ୍ରରେ କିପରି ଭାବେ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ପ୍ରତ୍ୟେକ୍ଷ ଭାବେ ଅଭିଜ୍ଞତା ପାଇ ପରିଶେଷରେ ବାଣିଜ୍ୟିକ ଶିଳ୍ପର ପରିଚାଳନା ଅଧିକାରୀ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇ ବିଦ୍ୟାଳୟକୁ ଫେରିଯାଇଥିଲେ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଛାତ୍ରଛାତ୍ରୀ ଙ୍କର ଅନେକ ଜିନିଷ ଜାଣିବାର ଆଗ୍ରହ କୁ ଆଗରେ ରଖି ସିଧାସଳଖ ଅନେକ ଅନୁଷ୍ଠାନ ବିକ୍ରୟ କେନ୍ଦ୍ର ସହିତ ଯୋଗସୂତ୍ର ରଖି ପାରିଥିଲୁ ।ପ୍ରତ୍ୟକ ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବରେ ଆମକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ପିଲାମାନଙ୍କ ନୂଆ ତଥ୍ୟ ଜାଣିବାର ଆଗ୍ରହ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ସୁନ୍ଦର ଓ ଉଜ୍ୱଳ ଭବିଷ୍ୟତ ତିଆରି କରି ପାରିବ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ