September 21, 2024

ପୂର୍ବତଟ ଡି.ଆର.ଏମଙ୍କ ପାରଳାଖେମୁଣ୍ଡି ପ୍ଲାଟଫର୍ମ ଅନୁଧ୍ୟାନ

Share

 

 

 

କାଶୀନଗର( ରାଧାନାଥ ଚୌଧୁରୀ )

ତା 20/9/24

 

ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅନୁଧ୍ୟାନ କରିବାକୁ ପୂର୍ବ ତଟ ରେଳ ଡିଭିଜନ ର ଡି ଆର ଏମ ସୌର ପ୍ରସାଦ ଆସିଥିଲେ. ଏହି ପରିଦର୍ଶନ ସମୟରେ ରେଳ ଷ୍ଟେସନ ର ଯାତ୍ରୀ ମାନଙ୍କ ସୁବିଧା ତଥା ଅନୁସଙ୍ଗିକ ସମସ୍ୟା ବିଷୟରେ ବୁଝିବା ପରେ ଏହିବର୍ଷ ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଷ୍ଟେସନ କାମ ସରିବ ବୋଲି ଦୃଢୋକ୍ତି ପ୍ରକଶ କରିଥିଲେ. ପାରଳାଖେମୁଣ୍ଡି ଅଞ୍ଚଳ ବସି ଷ୍ଟେସନ ର କିଛି ଗୁରୁତ୍ୱ ପୂର୍ଣ୍ଣ ସମସ୍ୟା ଲିଖିତ ଭାବେ ଡିଆରଏମ ଶ୍ରୀ ସୌର ପ୍ରସାଦ ଙ୍କୁ ପ୍ରଦାନ କରିଥିଲେ. ଡିଆରଏମ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ପାରଳାଖେମୁଣ୍ଡି ପ୍ଲାଟଫର୍ମ ଅନୁଧ୍ୟାନ କରିବା ପରେ ଗୁଣୁପୁର ଗସ୍ତ କରିଥିବା ସୂଚନା ହସ୍ତଗତ ହୋଇଛି.