September 21, 2024

ବାରାଣସୀ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଆୟୋଜିତ

Share

 

 

କାଶୀନଗର, (ରାଧାନାଥ ଚୌଧୁରୀ )

 

ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ପ୍ରଧାନ ଶିକ୍ଷକ ଭାଗୀରଥି ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି, ଯେଉଁଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗୋମାଙ୍ଗ ଅତିଥି ଏବଂ ଶ୍ରୀରାମ ସିନିୟର୍ ସେକେଣ୍ଡାରୀ ସ୍କୁଲର ଅଧ୍ୟାପକ ଶ୍ରୀହରୀ ପଟ୍ଟନାୟକ ଏବଂ ଅଧ୍ୟାପିକା କଳ୍ପନା ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ ।

 

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟକୁ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ବ୍ଲକର ଦଶଟି ସ୍କୁଲର ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ତରଫରୁ ସେମାନଙ୍କ ଶିକ୍ଷକ ସହିତ ଯୋଗ ଦେଇଥିଲେ, ଯେଉଁଥିରେ ଏ ଗୌତମୀ ଦଶମ ଶ୍ରେଣୀ ଖରଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, କେ କାର୍ତ୍ତିକ ଦଶମ ଶ୍ରେଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଲଡା ତୃତୀୟ ସ୍ଥାନ ଏବଂ ବ୍ଲେସି ରାଣୀ ରାଉଳ ନବମ ଶ୍ରେଣୀ ରାଣୀପେଣ୍ଠ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ।

 

ନିୟମ ଅନୁସାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଏ ଗୌତମୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କାଶୀନଗରକୁ ପ୍ରତିନିଧିତ୍ଵ କରିବେ ।

 

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ତରଫରୁ ଭି କୁରୁମୋନାଥମ୍, ଅଶୋକ କୁମାର ପ୍ରଧାନ, ଭୁବନେଶ୍ୱର ବେହେରା , କେ ଶୈଳଜା ଓ ଶର୍ମିଲା ରାଣୀ ଲେଙ୍କା ଆଦି ଶିକ୍ଷକ ଶିକ୍ଷୟିତ୍ରୀ ସଫଳ କରେଇଥିଲେ । ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଗଣଙ୍କୁ ପ୍ରମାଣପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।