September 21, 2024

ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ଗ୍ରାମ ରେ ପୋଖରୀରେ ବୁଡି ଜଣେ ମୃତ………..

Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ)- ମୂର୍ତ୍ତି ବିସର୍ଜନ ସମୟରେ ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତିି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ। ମୃତ ବ୍ୟକ୍ତି ଜଣକ ହେଲେ ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ପଞ୍ଚାୟତ ଇଙ୍ଗରା ଗ୍ରାମର ପ୍ରହଲ୍ଲାଦ ସାହୁ (୪୫)। ମିଳିଥିବା ସୂଚନା ଅନୁସାରେ ଗତକାଲି ଅପରାହ୍ନ ରେ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଚାଲିଥିଲା। ଏହି ସମୟରେ ପ୍ରହଲ୍ଲାଦ ମଧ୍ୟ ଏହି ବିସର୍ଜନ ରେ ସାମିଲ ଥିଲେ। ପୋଖରୀରେ ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ପ୍ରହଲ୍ଲାଦ ଗଭୀର ପାଣି ଭିତରକୁ ଚାଲିଯାଇ ଥିଲେ।ଏହା ଦେଖି ସାଙ୍ଗରେ ଯାଇଥିବା ଲୋକେ ଗୁରୁତର ଅବସ୍ଥାରେ ପ୍ରହଲ୍ଲାଦ ଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଉଦ୍ଧାର କରିବାର କିଛି ସମୟପରେ ପ୍ରହଲ୍ଲାଦ ଙ୍କ ମୃତ୍ୟୁ ଘଟିଥିଲା । ଏନେଇ ପ୍ରହଲ୍ଲାଦ ଙ୍କ ପୁଅ ତ୍ରିଲୋଚନ (୨୪) ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ତଦନ୍ତ ଭାର ଏସଆଇ ଅକ୍ଷୟ ମିଶ୍ର ସମ୍ଭାଳିଛନ୍ତି ‌।