September 27, 2026

ଉଦଘାଟନର ବର୍ଷେ ବିତିଗଲା ଓଏସଆରଟିସି ଓ ଏନଏସି କତୃପକ୍ଷ ଙ୍କ ମନମାନି ବସଷ୍ଟାଣ୍ଡ ଷ୍ଟଲ ବଣ୍ଟନ ରେ ଅନିୟମିତତା

IMG-20240916-WA0051
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ନୂତନ ବସ ଷ୍ଟାଣ୍ଡ ପରିସର ରେ ଥିବା ଷ୍ଟଲ ଗୁଡିକ ଉଦଘାଟନ ର ବର୍ଷେ ହେଲାଣି ହିତାଧିକାରୀ ଙ୍କୁ ପ୍ରଦାନ କରିବାରେ ବିଳମ୍ବ ହେଉଥିବାରୁ ଜନସାଧାରଣ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାର ଜଣା ଯାଇଛି.ସୂଚନା ଅନୁଯାଇ କୋଟପାଡ଼ ଦଶହରା ପଡିଆ ଠାରେ ବିଆରଜିଏଫ ଏବଂ ଅନ୍ୟାନ୍ୟ ପାଣ୍ଠିରୁ ଟେଣ୍ଡେର ଜରିଆରେ. 48ଲକ୍ଷ ଟଙ୍କା ବ୍ୟୟ ରେ ଏକ ଘରୋଇ ବସ ଷ୍ଟାଣ୍ଡ ନିର୍ମାଣ ହୋଇ ଥିଲା. କିନ୍ତୁ ଏହା ପରେ ଟେଣ୍ଡେର ନା ବିନା ଟେଣ୍ଡେର ରେ ତାହା ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା 2021ମସିହା ରେ ଏହି ବସ ଷ୍ଟାଣ୍ଡ ର ମରାମତି ଓଏସଆରଟିସି ଦ୍ୱାରା ନିମ୍ନ ମାନର କାମ କରି ସମାପ୍ତ ହେଲା 2023ମସିହା ସେପ୍ଟେମ୍ବର ମାସ ରେ ଦ୍ଵିତୀୟ ଥର ପାଇଁ ଏହି ବସ ଷ୍ଟାଣ୍ଡ ଉଦଘାଟନ ହେଲା. କିନ୍ତୁ ସର୍ବ ସାଧାରଣ ଙ୍କ ଟିକସ ଟଙ୍କାରେ କୋଟି କୋଟି ଟଙ୍କାରେ ଖର୍ଚ୍ଚ ହୋଇଥିବା ଷ୍ଟାଣ୍ଡ ଭିତରେ ଷ୍ଟଲ ଗୁଡିକ ଓଏସଆରଟିସି କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ତାଲା ଝୁଲୁ ଥିବାର ଦେଖା ଦେଇଛି.କେତେକ ଷ୍ଟଲ ବିନା ଭଡା ରେ ବିନା ଏଗ୍ରୀ ମେଣ୍ଟ ରେ ଖୋଲା ଥିବା ବେଳେ ବଳକା ଷ୍ଟଲ ଗୁଡିକୁ କହିକି ଏକ ବର୍ଷ ହେବ ବନ୍ଦ ପଡି ରହିଛି. ଉକ୍ତ ବିଭାଗ ଜନସାଧାଣ ଙ୍କ ଟିକସ ଟଙ୍କାରେ ନିର୍ମିତ ଷ୍ଟଲ ଗୁଡିକୁ କାଁହିଁକି ବନ୍ଦ ରଖି ରାଜସ୍ୱ ହାନି କରୁଛି ଏହାର ଏକ ଉଚ ସ୍ତରୀୟ ତଦନ୍ତ ର ଆବଶ୍ୟକତା ରହିଛି ବୋଲି ବୁଦ୍ଧି ଜୀବି ମହଲରେ ପ୍ରକାଶ ପାଇଥିବାର ଜଣାଯାଇଛି. ଅନ୍ୟ ପକ୍ଷ ରେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳିର ସଦର ମୋହ କୁମା ହେଲେ ଏଠାରୁ ରାଜଧାନୀ ଯିବାକୁ ଓଏସଆରଟିସି ର ଗାଡି ଟିଏ ନାହିଁ. ଓଏସଆରଟିସି ଜାଗା ଜବର ଦଖଲ କାରୀଙ୍କ କବଜାରେ ରହିଛି. ଏବଂ ଦୀର୍ଘ ବର୍ଷ ହେବ କୋଟପାଡ଼ ରୁ ବିଜୟ ନଗରମ ଓଏସଆରଟିସି ବସ ବନ୍ଦ ରହିଛି. କିନ୍ତୁ କୌଣସି ନେତା ଅଫିସଅର ଙ୍କ ନଜର ପଡୁ ନାହିଁ. ଏ ନେଇ ଡ଼ିଏମ ଈଶ୍ୱର ମହାପାତ୍ର ଙ୍କୁ ଯୋଗାଯୋଗ କରିବାରୁ ଏନଏସି ଅଧକ୍ଷ ସଙ୍କର ରାଓ କହିବାରୁ ଗୋଟିଏ ଷ୍ଟଲ ଚାବି ଦେଇଚୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଥିବା ବେଳେ ଡ଼ିଟିଏମ ଦାଇତ୍ୱ ରେ ଥିବା ଏଟିଏମ ଶ୍ରୀନିବାସ ପାଣିଗ୍ରାହୀ ଏବଂ ଅଧକ୍ଷ ରାଓ ଦିନେ ଦୁଇ ଦିନ ମଧ୍ୟ ରେ ବିଡ଼ିଓ ଙ୍କ ଜରିଆରେ ଏଗ୍ରିମେଣ୍ଟ କରି ଭଡା ସ୍ଥିର କରାଯାଇ ପ୍ରଦାନ କରାହବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇ ଥିବାର ଜଣାଯାଇଛି. ହେଲେ କାଁହିଁକି ସମସ୍ତ ଷ୍ଟଲ ଗୁଡିକ ଆଜି ପର୍ଯ୍ୟନ୍ତ ଏଗ୍ରି ମେଣ୍ଟ କରି ପ୍ରଦାନ କରା ନ ଯାଇ ମହାପାତ୍ର ଓ ରାଓ ବିନା ଭଡା ଓ ଏଗ୍ରି ମେଣ୍ଟ ରେ ଷ୍ଟଲ ଖୋଲିବା ପାଇଁ କହିଛନ୍ତି ତୁରନ୍ତ ଜ଼ିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଷ୍ଟଲ ର ଭଡା ନିର୍ଦ୍ଧାରିତ କରିବା ସହ ଏଗ୍ରି ମେଣ୍ଟ କରି ପୂର୍ବରୁ ଯେଉଁ ମାନେ ରହି ଥିଲେ ସେମାଙ୍କୁ ପ୍ରଦାନ କରିବାପାଇଁ ସାଧାରଣ ରେ ଦାବୀ ହେଉଛି. ନ ଚେତ ବାଇ ପାସ ରାସ୍ତା ଆରମ୍ଭ ହେଲେ ଏହି ଷ୍ଟଲ ର ଚାହିଦା ଆଉ ରହିବ ନାହିଁ ବୋଲି ବ୍ୟବସାୟୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ଜଣା ଯାଇଛି.ତେବେ ବାକି ରହିଲା ଖବର ପ୍ରସାର ହବା ପରେ ଏନଏସି ଏବଂ ଓଏସଆରଟି ସି କତୃପକ୍ଷ ଙ୍କ ଚେତା କେବେ ପଶୁଚି ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହିରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା