April 28, 2026

ଦର୍ଲିପାଲି ରେ ପରିବେଶ ସଚେତନତା କାର୍ଯ୍ୟକ୍ରମ । 

IMG-20240915-WA0063
Share

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଳ ବ୍ଳକର ଦର୍ଲିପାଲି ଠାରେ ଲିଙ୍ଗରାଜ ପ୍ରଧାନଙ୍କ ପ୍ରୟାସ ଓ ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଘେଁସ ମହାବିଦ୍ୟାଳୟ ର ପୁର୍ବତନ ଅଧ୍ୟକ୍ଷ ଡ଼. ଭକ୍ତପୂରଣ ସାହୁ ଏବଂ ମୁଖ୍ୟ ବକ୍ତା ରୂପେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ସମ୍ମାନୀତ ଅତିଥି ରୂପେ ସୋମରାଜ ପ୍ରଧାନ ଓ ପ୍ରକୃତି ବନ୍ଧୁ ସୁବାଷ ଚନ୍ଦ୍ର ସାହୁ ଯୋଗଦାନ କରି ଦର୍ଲିପାଲି ଗ୍ରାମରେ ସଚେତନତା ରେଲି କରି ଗଛର ବିଭିନ୍ନ ମହତ୍ଵ ଏବଂ ପରିବେଶ ପ୍ରଦୂଷଣ ଉପରେ ଦିଗଦର୍ଶନ ଦେଇଥିଲେ।ଏହି ସଭାରେ ଗ୍ରାମବାସୀ ଉତ୍ସାହ ସହିତ ଯୋଗଦାନ କରି ନିଜ ଗାଁ ରେ କିପରି ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ମତ ପ୍ରଦାନ କରିଥିଲେ।ଉକ୍ତ ସଭାରେ ଲିଂଗରାଜ ପ୍ରଧାନଙ୍କ ଦୁଇ ଝିଅଙ୍କ ଜନ୍ମ ଦିବସ ଅବସରରେ ଗାଁର ୪୦ ଜଣ ମହିଳା ମାନଙ୍କୁ ଅଶୋକ ଚାରା ବଣ୍ଟନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।