April 26, 2026

ABGGM ଷଢବଂଶୀ ଗୋଁଣ୍ଡ ସମାଜର ନୂଆଁ ଖାଈ ଭେଟଘାଟ

IMG-20240915-WA0061
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ABGGM ଷଢବଂଶୀ ଗୋଁଣ୍ଡ ସମାଜର ନୂଆଁ ଖାଈ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥର ବୁଢ଼ା ଦେଓ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ମଣ୍ଡପ ସଭାପତି ରଘୁନନ୍ଦନ ଦେଓ, ପଦ୍ମପୁର ସର୍କଲ ସଭାପତି ମଙ୍ଗଳ ସିଂ ସିଦାର, ସାରସମାଲ ସର୍କଲ ସଂପାଦକ କେଦାର ଧରୁଆ, ପଦ୍ମପୁର ବ୍ଳକ ମହାସଚିବ କମଳଲୋଚନ ଭୋଇ,ଡଭାସର୍କଲ କୋଷାଧ୍ୟକ୍ଷ ଲକ୍ଷଣ ସିଦାର, ନୂଆ ଗାଁ ସର୍କଲ ସଭାପତି ସୋଭାରାମ ଧରୁଆ, ଧୂମାଭଟା ସର୍କଲ ସଭାପତି ଉଷତ ଧରୁଆ, ଫ୍ରେଜରପୁର ସର୍କଲ ସଭାପତି ନରସିଂହଧରୁଆ ,ପୁରେନା ସର୍କଲ ସଭାପତି ଡିଲେଶ୍ଵର ସିଦାର ,ବସନ୍ତ ଧରୁଆ, ଜଗଦେବ ଧରୁଆ, ସହଦେବ ଧରୁଆ ଓ ମହିଳା କର୍ମକର୍ତ୍ତା ମାନଙ୍କ ଯୋଗଦାନ ଦେଇ ଇଷ୍ଟଦେବ ବୁଢ଼ା ଦେଓ, ନୃସିଂହ ନାଥ ମହାପ୍ରଭୁ, ସମଲେଶ୍ଵରୀ ତାଙ୍କ ଆର୍ଶିବାଦ ନେଇ ସମସ୍ତଙ୍କ ପରିଚୟ ପ୍ରଦାନ ପରେ ସମସ୍ତ ସମାଜ ଭାଇ ଏକତ୍ରିତ ଏବର୍ଷର ନୂଆଁ ଖାଈ ଅନ୍ନ ଗ୍ରହଣ କରାଯାଇଥିଲା ଏବଂ ପରିଶେଷରେ ରଘୁନନ୍ଦନ ଦେଓ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରି ଥିଲେ ।