September 23, 2026

ଉମରକୋଟ ରେ ବଡିଛି ଡେଙ୍ଗୁ ରୋଗୀ ଙ୍କ ସଂଖ୍ୟା, ନିୟନ୍ତ୍ରଣ କରିବାରେ ପୌର ପରିଷଦ ବିଫଳ, ଅନ୍ୱେଷା ହଷ୍ଟେଲ ସମ୍ମୁଖ ରେ କୁଡ କୁଡ ମଇଳା ଆବର୍ଜନା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆତଙ୍କ…….

IMG-20240915-WA0047
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଡେଙ୍ଗୁ ନିୟନ୍ତ୍ରଣ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇବା ପରେ ଉମରକୋଟ ପୌର ପରିଷଦ ପକ୍ଷରୁ ମଧ୍ୟ ଅନୁରୂପ ତତ୍ପରତା ଦେଖାଇଥିଲା । ମଶା ତେଲ ଓ ମଶା ଧୂଆଁ ପ୍ରତ୍ୟକ ୱାର୍ଡ ରେ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ସହର ବାସୀ ଙ୍କ ମଧ୍ୟରେ ସାମାନ୍ୟ ଅ।ଶ୍ଵସ୍ଥି ଆସିଥିଲା ଯେ ସହର ରେ ଡେଙ୍ଗୁ ନିୟନ୍ତ୍ରଣ ରେ ଆସିବ।ଦୁର୍ଭାଗ୍ୟ ବଶତଃ ମଶା ଧୂଆଁ ଓ ମଶା ତେଲ ସହର ରେ ମାତ୍ର ଗୋଟିଏ ଦିନ ହିଁ ସିଞ୍ଚନ ଓ ଧୂଆଁ ସ୍ପ୍ରେ କରିବା ପରେ ଏହି କାର୍ଯ୍ୟ ବନ୍ଧ ହେଇ ଯାଇଛି। ଏପରି କି ସହର ର ସମସ୍ତ ୱାର୍ଡ ରେ ଆଗାମୀ ଦିନ ଗୁଡିକରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ମଧ୍ୟ ଦିଆ ଯାଇଥିଲା। କିନ୍ତୁ ତାହା କେବଳ ଧୂଆଁ ବାଣ ରେ ହିଁ ସୀମିତ ରହିଥିଲା। ଅନ୍ୟ ପକ୍ଷ ରେ ଉମରକୋଟ ସହର ରେ ଡେଙ୍ଗୁ ମହାମାରୀ ଭାବେ ଦେଖା ଗଲାଣି । ବିଶେଷ କରି ସହର ର ୯ ନମ୍ବର ୱାର୍ଡ ରେ ପରିସ୍ଥିତି ଅତ୍ୟନ୍ତ ଗମ୍ବିର ହେଇ ଯାଇଛି। ସହର ର ସବୁ ସାହି ରେ ଡେଙ୍ଗୁ ରୋଗୀ ଅଛନ୍ତି

ଉମରକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ସୂଚନା ଅନୁସାରେ ଆଜି ସୁଦ୍ଧା ଉମରକୋଟ ସହର ରେ ୧୨୩ ଜଣ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡେଙ୍ଗୁ ଟେଷ୍ଟ ପାଇଁ ପଠା ଯାଇଥିଲା ଏବଂ ସେଥି ମଧ୍ୟରୁ ୨୭ ଜଣ ଙ୍କ ଡେଙ୍ଗୁ ପଜିଟିବ ଚିହ୍ନଟ ହେଇଛି । କିନ୍ତୁ ବେସରକାରୀ ଭାବେ ଏହାର ସଂଖ୍ୟା ୪୦୦ ରୁ ଉର୍ଦ୍ଧ୍ବ ଥିବା ଅନୁମାନ କରାଯାଉଛି। ଉମରକୋଟ ରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢିବାର ମୁଖ୍ୟ କାରଣ ହେଉଛି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିବ। ଓ ପ୍ରତି ୱାର୍ଡରେ ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅଳିଆ ପଡି ରହିଛି, ବର୍ଷା ଲାଗି ରହିଥିବା ପରିସ୍ଥିତି ଗମ୍ଭୀର ହେଇ ଯାଇଛି। ଅନ୍ୟପଟେ ଆଗକୁ ପାର୍ବଣ ର ଋତୁ ତଥା ଦୁର୍ଗା ପୂଜା ରହିଥିବା ଯୋଗୁଁ ସହର କୁ ସଫା ରଖିବା ପାଇଁ ସାଧାରଣତଃ ବିଭିନ୍ନ ମହାଲରୁ ଦାବି ହେଉଛି।ସହର ର ୫ ନମ୍ବର ୱାର୍ଡ ରେ ଝରୀଗାଁ ରୋଡ଼ ଭାସ୍କେଲ ନଦୀ କୂଳରେ ଉମରକୋଟ ପୌର ପରିଷଦ ଯେଉଁ ପରିମାଣ ର ଅଳିଆ କୁଡ଼ କରିଛି ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକଙ୍କ ନାକ ଦୁର୍ଗନ୍ଧ ରେ ନାକ ଫାଟି ପଡୁଛି। ହେଲେ ପୌର ପ୍ରଶାସନର ନଜର ଏଥି ପ୍ରତି ନିକ୍ଷେପ ହେଉ ନ ଥିବ ସହର ବାସୀ ଅଭିଯୋଗ କରିଛନ୍ତି । ଏହି ମଇଳା କୁଡ଼ ସମ୍ମୁଖ ରେ ମଙ୍ଗଳ ବିଭାଗ ର ଅନ୍ଵେଷା ହଷ୍ଟେଲ ରହିଛି। ଏହି ହଷ୍ଟେଲ ରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ପିଲା ରହୁଛନ୍ତି। ଡେଙ୍ଗୁ ରୋଗ ନା ଶୁଣିବା ମାତ୍ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ସେମାନ ଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଯାଇଛି। ଯଦି ଛାତ୍ର ଛାତ୍ରୀ ଙ୍କ ଡେଙ୍ଗୁ ରୋଗରେ କାହାର କିଛି କ୍ଷତି ହେଲେ ଦାୟୀ କିଏ ରହିବେ ବୋଲି ସହର ବାସୀ ପ୍ରଶ୍ନ ପଚାରିଛନ୍ତି। ତୁରନ୍ତ ଅନ୍ୱେଷା ହଷ୍ଟେଲ ସମ୍ମୁଖ ରୁ ପୌର ପରିଷଦ ମଇଳା ଆବର୍ଜନା ସଫା କରିବା ସହ ସହର ର ପ୍ରତି ୱାର୍ଡ ରେ ଧୁଆଁ ଓ ତେଲ ସିଞ୍ଚନ କରିବା ପାଇଁ ସହର ବାସୀ ଦାବୀ କରିଛନ୍ତି।