April 27, 2026

ଘୁମୁସର ତାଲୁକା ମଧୁବୈଶ୍ଯ ସମାଜର ବାର୍ଷିକ ବୈଠକ 

IMG-20240915-WA0049
Share

ବୁଗୁଡା : ତା ୧୫/୦୯/୨୪ : ସ୍ଥାନୀୟ କଦମ୍ବମଠସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଘୁମୁସର ତାଲୁକା ମଧୁବୈଶ୍ଯ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଲୁକା ସଭାପତି ନୀଳମାଧବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, କୋଷାଧକ୍ଷ ମନୋଜ କୁମାର ସାହୁ, ଆଦିପୁର ମୁଠାର ସଭାପତି ସତ୍ଯନାରାୟଣ ସାହୁ ଓ ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ସମେତ ବାଲିଗୁଡ଼ା, ଫୁଲବାଣୀ, ଜି.ଉଦୟଗିରି, ଗାଲେରୀ, ବଡକୋଦଣ୍ଡା, ପାଇଲିପଡା, କୁଲାଡ଼, ବିଷ୍ଣୁଚକ୍ର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ବାଲିପଦର ଓ ବୁଗୁଡା

ମୁଠାର କର୍ମକର୍ତ୍ତାଗଣ ଉପସ୍ଥିତ ରହିଥିଲେ । ଏହି ବୈଠକ ଅବସରରେ ଆୟବ୍ଯୟର ସମୀକ୍ଷା , ବିଭିନ୍ନ ମୁଠାର ଅଭିଯୋଗ ପତ୍ର ଗ୍ରହଣ ସାଙ୍ଗକୁ ସାଂଗଠନିକ ଆଲୋଚନା ହୋଇଥିଲା । ଏଥି ସହ ପାଞ୍ଚ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆସନ୍ତା ବର୍ଷ ଜାନୁୟାରୀ ମାସରେ ବଡକୋଦଣ୍ଡା ମୁଠାର ସଭାଗୃହରେ ମହାସଭା ଆଯୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।