April 27, 2026

ଗଜପତି:- ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ

IMG-20240915-WA0043
Share

ଗଜପତି ଜିଲ୍ଲାର କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଏକ ସମନ୍ୱୟ ବୈଠକ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମନ୍ଵୟ ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ ଟି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତ୍ୟେକ ସଂଗଠନ ପକ୍ଷରୁ ସେମାନଙ୍କ କାର୍ଯ୍ୟକାରୀ ହେଉଥିବା ନିଜ ନିଜର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ। ବିଶେଷ କରି ଜୀବନ-ଜୀବିକା , ସ୍ଵାସ୍ଥ୍ୟ, କ୍ରୁଷି , ଉଦ୍ୟାନ ଭିତ୍ତିକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ।

ଜିଲ୍ଲାପାଳ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

ଜିଲ୍ଲାପାଳ ଶ୍ରୀ ଦାଶ, ନିଜ ମନ୍ତବ୍ଯରେ ସ୍ୱଚ୍ଛତା ଓ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସଂଗଠନ ମାନଙ୍କ ସହଯୋଗ କାମନା କରିଥିଲେ। ବିଶେଷ କରି ପର୍ଯ୍ୟଟନ , ଗମନାଗମନ , ପାନୀୟଜଳ , କୃଷି ଭିତ୍ତିକ ଏବଂ ଉଦ୍ୟାନଭିତ୍ତିକ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ସ୍ୱଚ୍ଛତାକୁ ମାନଦଣ୍ଡ କରି ତ୍ରୁଣମୂଳ ସ୍ତରରେ ଅର୍ଥନୈତିକ ଉନ୍ନତିକୁ ପ୍ରାଧାନ୍ଯ ଦେବାପାଇଁ ପରାମର୍ଶ ଦେଇଥିଲେ।

ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନର ସଂଯୋଜକ ଏସ୍:ଡବ୍ଲ୍ୟୁ:ଡବ୍ଲ୍ୟୁଏସ: ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

ଏଥିରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ସହକାରୀ ଜିଲ୍ଲାପାଳ ଶ୍ରୀ କାଶ୍ଯପୀ ବେହେରା ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରୁଥ୍ୱୀରାଜ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ଭାଗବତ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ଯବାଦ ଜଣାଇଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–;