April 27, 2026

ଉମରକୋଟ ଅନ୍ତର୍ଗତ ବୁର୍ଜା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ମାନ ଓ ସମ୍ବର୍ଦ୍ଧନା………….

IMG-20240915-WA0044
Share

ଉମରକୋଟ:-(ଏମ୍.ଦିନ°ଶୁ ଆଚାରୀ) ତା:-୧୫-୯-୨୦୨୪ରିଖ ଦିନ ବୁର୍ଜା କ୍ଲଷ୍ଟର୍ ସ୍ତରୀୟ ଶିକ୍ଷକ ସମ୍ମାନ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ସରକାରୀ ପ୍ରଥମିକ ବିଦ୍ୟାଳୟ, ଇନ୍ଦିରା କଲୋନୀ, ଠାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଦେବେନ୍ଦ୍ର ବାଘ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଶ୍ରୀ ଉମେଶ ଚନ୍ଦ୍ର ଭୁକ୍ତା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ବଲ୍ଲଭ ରାଉତ, ସମ୍ମାନିତ ବକ୍ତା ଭାବେ ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ମୋତି ରାମ ଗଣ୍ଡ ଓ ସଂଯୋଜକ ଭାବେ ଶ୍ରୀ ଆର ଧନୁର୍ଜୟ ରାଓ ମଞ୍ଚାସିନ ଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ୭ ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେମାନେ ହେଲେ ସର୍ବଶ୍ରୀ ସୁରଥ କୁମାର ଦାଶ,ବିନୋଦ ବିହାରୀ ସାହୁ,ଉଜ୍ବଳ ଜେନା,ରାମ ପ୍ରସାଦ ସାବତ,ଅନୁପମା ନାଗ,ମିନାକ୍ଷୀ ପଟ୍ଟନାୟକ ଓ ଗଣପତି ରାୟ । ଉକ୍ତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଏବଂ ଇନ୍ଦିରା କଲୋନୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରୋଜିନୀ କର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୁର୍ଜାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଏମ୍ ହିମାଂଶୁ ଆଚାରୀ ମଞ୍ଚ ସଂଯୋଜନା କରିଥିଲେ।