September 21, 2024

ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

Share

 

ରାୟଗଡା : କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାସପୁର ପରିସରରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ମୋଟ ୨୨୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚିତ୍ରାଙ୍କନରେ ୩୦ ଜଣ, ସୁନ୍ଦର ହସ୍ତାକ୍ଷରରେ ୧୩୯ ଜଣ ଓ ଭାଷା ଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତାରେ ୫୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ | ପରୀକ୍ଷାରେ ବାଙ୍କିଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଶବର, ରେଖାପଦର ବିଦ୍ୟାଳୟର ଶିକ୍ଷକ ବିବେକାନନ୍ଦ ହୁଇକା, ମନୋଜ ମୁଦୁଲି ଓ ଶିକ୍ଷୟିତ୍ରୀ ସୁକାନ୍ତି ଶବର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହ ମୂଲ୍ୟାୟନ କରିଥିଲେ | ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାସପୁରର ପ୍ରଧାନ ଶିକ୍ଷକ ବିଶିକେସନ୍ ବାଗ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶାର ଦୈନିକ ଅଗ୍ରଣୀ ଖବର କାଗଜ ସମ୍ବାଦର ଏଭଳି ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସା ଯୋଗ୍ୟ ବୋଲି କହିଥିଲେ | ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲେ ପ୍ରତିଭାର ବିକାଶ ହୋଇଥାଏ ବୋଲି ଶ୍ରୀ ବାଗ ବୁଝାଇଥିଲେ | ଏହି ପ୍ରତି ଯୋଗିତାରେ ଚିତ୍ରାଙ୍କନରେ ମୁକେଶ କିଲାକା ପ୍ରଥମ ସ୍ଥାନ, ସମୀର କଣ୍ଡାଗରି ଦ୍ଵିତୀୟ ଓ ଗଣେଶ ବିଡ଼ିକା ତୃତୀୟ ସ୍ଥାନ ଅଧିକାର କରିଥିଲେ | ସେହିପରି ସୁନ୍ଦର ହସ୍ତାକ୍ଷରରେ ସୁଚିତ୍ରା କୁଟ୍ରୁକା ପ୍ରଥମ, ଅଭିନାସ ଶବର ଦ୍ୱିତୀୟ ଓ ଚାନ୍ଦିନୀ ଜିଲାକାରା ତୃତୀୟ ସ୍ଥାନ ଅଧିକାର କରିଥିଲେ | ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନରେ ରଚନା ମାଣ୍ଡାଙ୍ଗି, ଦ୍ୱିତୀୟରେ ନୂତନ ଜିଲାକାର ଓ ତୃତୀୟରେ ରଞ୍ଜନ କୁଲେଶିକା ରହିଛନ୍ତି | ସମସ୍ତ କୃତି ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ମୁକୁନ୍ଦପୁର ସମ୍ବାଦ ପ୍ରତିନିଧି ନରେନ୍ଦ୍ର ନିଶାଲ ଆୟୋଜନ ସହ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଅମୂଲ୍ୟ ନିଶଙ୍କ ସହଯୋଗ କରିଥିଲେ |

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ