April 27, 2026

ଚେନ୍ନାଇରେଓଡ଼ିଆ ଦାଦନଙ୍କମୃତ୍ୟୁ 

IMG-20240915-WA0040
Share

 

 

ଚିକିଟି :ସୋରଳ ଡୁଙ୍ଗାସାହି ବାସିନ୍ଦା ସୁରେନ୍ଦ୍ର ବେହେରାଙ୍କ ରୋଜଗାରିଆ ବଡପୁଅ ରାମଚନ୍ଦ୍ର ବେହେରା ୪୦ ପରିବାର ପ୍ରତିପୋଷଣ ପାଇଁ ଏକ ଚେନ୍ନାଇରେ ଦୀର୍ଘବର୍ଷ ହେଲା ଦାଦନ ଖଟିଆସୁଥିଲା ତେନ୍ନାପେଟ୍ଟା ଥାନା ଅନ୍ତର୍ଗତ ଟି-ନଗରର ମାମଵଲାମ ସ୍ଥାନରେ ଠିକାଦାର ମାଧ୍ୟମରେ ଏକ ଫ୍ଲାଟରେ ରାଜମେସ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ ଆଜି ଭୋରୁ୫ଟା ବେଳେ ବାଲିଗୋଡି ଉଠାଯାଉଥିବା ଲିଫ୍ଟଟି ଯାନ୍ତ୍ରିକତ୍ରୁଟି ଯୋଗୁଁ ଛିଡିପଡିବା ଯୋଗୁଁ ସେଥିରେ ଜିନିଷ ଉଠାଉଥିବା ରାଜମେସ୍ତ୍ରୀ ରାମଚନ୍ଦ୍ର ବେହେରା୪୦ ୫ମହଲାରୁ ପଡ଼ି ଗୁରୁତର ଆହତ ହୋଇଥିଲେ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ

 

ପ୍ରକାଶଥାଉକି ସ୍ବର୍ଗତ ରାମଚନ୍ଦ୍ରଙ୍କ ୪ବର୍ଷର ପୁଅ ୬ବର୍ଷର ଝିଅ ସହ ସସ୍ତ୍ରିକ ଚେନ୍ନାଇରେ ରହି ପରିବାର ଚଳାଉଥିଲେ, ପରିବାରର ମେରୁଦଣ୍ଡ ଭାଙ୍ଗିପଡ଼ିଛି ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି