September 23, 2026

ସୁଭଦ୍ରା ଯୋଜନାର ସ୍ୱାଗତ ପାଇଁ ପଦଯାତ୍ରା 

IMG-20240915-WA0037
Share

 

କାଶୀନଗର

ତା 15/9/24

 

ସୁଭଦ୍ରା ଯୋଜନା କୁ ପ୍ରତ୍ୟେକ ମହିଳା ଙ୍କ ନିକଟରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଆଜି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରୁ ପ୍ରାୟ 500 ମହିଳା ଙ୍କ ଉପସ୍ଥିତି ରେ ଏକ ସ୍ୱାଗତ ପଦ ଯାତ୍ରା ବାହାରି ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ବିଭିନ୍ନ ସୁଭଦ୍ରା ଯୋଜନା ସଚେତନ ପାଇଁ ନାରା ଦେଇ ପରିକ୍ରମା କରିଥିଲେ. ଏହି ପଦ ଯାତ୍ରା କାର୍ଯ୍ୟକ୍ରମ ରେ ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଵିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ସିଡିପିଓ କନକ ଲତା ପୂଜାରୀ, ସମାଜସେବୀ ହୃଷିକେଶ ଗୌଡ଼,ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକ,ମିଶନ ଶକ୍ତି ପ୍ରକଳ୍ପ ଅଧିକାରୀ ଜଗନ କୁମାର ବାରକ ଙ୍କ ସହ ଅଙ୍ଗନାୱାଡି ମହିଳା, ମିଶନ ଶକ୍ତି ମା ମାନେ ତଥା ଏସ ଏଚ ଜି ମା ମାନେ ପଦ ଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ. ସେହି ପରି କାଶୀନଗର ବ୍ଲକ ମଧ୍ୟରେ ଥିବା ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନା କୁ ସଫଳ କରିବା ପାଇଁ ମହିଳା ମାନେ ବିଭିନ୍ନ ନାରା ଦେଇ ସଚେତନ କରିଛନ୍ତି ବୋଲି ସୂଚନା ହସ୍ତଗତ ହୋଇଛି.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ