April 26, 2026

ଗଜପତି:- ଜିଲ୍ଲାସ୍ତରୀୟ “ସୁଭଦ୍ରା” ସ୍ଵାଗତ ପଦଯାତ୍ରା ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

IMG-20240915-WA0036
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଏବଂ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ପଦଯାତ୍ରାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଟାଉନ ହଲ ଠାରୁ ବାହାରି ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ବେଳେ ଏଥିରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା , ସ୍ୱଚ୍ଛାସାଥି , ଆଶା ଓ ଅଙ୍ଗନବାଡି କର୍ମୀମାନେ ସାମିଲ ହୋଇ ଏକ ବିରାଟ ପଦଯାତ୍ରାରେ ବିଭିନ୍ନ ପ୍ରକାରର ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ପ୍ଳା-କାର୍ଡ ମାନ ଧରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ସଚେତନ କରାଇ ଥିଲେ ।
ପଦଯାତ୍ରା ପରେ ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଏଭଳି ପଦଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ “ସୁଭଦ୍ରା” ଯୋଜନାର ମହିଳା ହିତାଧିକାରୀ ମାନଙ୍କ ଠାରେ ସଚେତନତାର ବାର୍ତ୍ତା କିଭଳି ଘରେ ଘରେ ପହଞ୍ଚି ପାରିବ ଏବଂ ସରକାରଙ୍କ ନିର୍ଦ୍ଦେଶ ମୂତାବିକ ସୂଚନା , ଶିକ୍ଷା ଓ ସଞ୍ଚାର ଜରିଆ ସହ ବିଭିନ୍ନ ମାଧ୍ୟମରେ ଏହି ଯୋଜନାର ପ୍ରଚାର୍ ପ୍ରସାର କରିବା ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ ବୋଲି କହିଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସୁଭଦ୍ରା କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ପାରଳା ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ସମେତ , ସ୍ଵୟଂ ସହାୟକ ଗୋଷ୍ଠୀ ମୁଖ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇ “ସୁଭଦ୍ରା” ଯୋଜନାର ହିତାଧିକାରୀ ମହିଳା ମାନଙ୍କ ଠାରେ ସଚେତନତାର ବାର୍ତ୍ତା କିପରି ପହଞ୍ଚି ପାରିବ ଏବଂ ଏହା ଦ୍ବାରା ସଂପୃକ୍ତ ହିତାଧିକାରୀ ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ କିଭଳି ଉପକୃତ ହେବେ ସେ ବିଷୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଶନ ଶକ୍ତିର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ମନସ୍ମିତା ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ ବାରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇଙ୍କ ସମେତ ଅନ୍ୟ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା , ପୌର ପରିଷଦ ଅଧିକାରୀ ଓ କର୍ମଚାରୀ ଏବଂ ମହିଳା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————