September 23, 2026

ମୋହନା ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ପ୍ରଚାର ପଦଯାତ୍ରା …

IMG-20240915-WA0005
Share

ଗଜପତି,  ଜିଲ୍ଲା ମୋହନା ବ୍ଲକ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ପ୍ରଚାର ପଦଯାତ୍ରା ମୋହନା ଅଞ୍ଚଳର ଶତାଧିକ ମହିଳାଙ୍କୁ ନେଇ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରୁ ମୋହନା ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ର ନେତୃତ୍ଵ ନେଇଥିଲେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ। ଏବଂ ଏହି ପଦଯାତ୍ରାରେ ତହସିଲଦାର ସତ୍ୟବାନ ନାୟକ, ମୋହନା ବ୍ଲକ ର ଦୁଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ ଏବଂ ଦୁର୍ଗା ପ୍ରସାଦ ପଣ୍ଡା, ଶିଶୁ ବିକାଶ ଅଧିକାରିଣୀ ସବିତା ପଟ୍ଟନାୟକ, ମୋହନା ବ୍ଲକ ସେକ୍ସନ ଅଫିସର ବେଣୁଧର ଚଣ୍ଡ, ସରପଞ୍ଚ ସୁନୀତା ମଲ୍ଲିକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦୀପକ ପ୍ରଧାନ, ପି ଇ ଓ ସନ୍ତୋଷ କାରିକା, ଗ୍ରାମ ରୋଜଗାର ସେବକ ଭ୍ରମିତା ମାଳି ଙ୍କ ସମେତ ବିଭାଗୀୟ କର୍ମଚାରୀ ଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା ଆୟୋଜନ ହୋଇଥିଲା। ଏହି ଆଲୋଚନା ସଭାରେ ରାଜ୍ୟ ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ସୁଭଦ୍ରା ଯୋଜନା ଆରମ୍ଭ କରି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଯୋଗ୍ୟ ମହିଳା ଙ୍କୁ ପଚାଶ ହଜାର ଟଙ୍କା ଶସକ୍ତ କରଣ ନିମନ୍ତେ ପ୍ରଦାନ କରୁଥିବା ଅତିଥି ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ପଞ୍ଚ ଶହ ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହା ସହ ମିଶନ ଶକ୍ତି, ସିଆରପି, ଏମବିକେ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।