September 21, 2024

ରାୟଗଡ଼ ବିଧାନସଭା ର କେରେଡା ପାଞ୍ଚାୟତ ରେ ବିଜେପି ର ସଦସ୍ୟତା ଅଭିଯାନ ଓ ସାଙ୍ଗଠନିକ ନେଇ ଭେଙ୍କଟସ୍ୱର ଙ୍କ ଅଭିଯାନ 

Share

 

ରାୟଗଡା : ୟାଲା ଭେଙ୍କଟ ସ୍ୱର ରାଓ କୋଣ୍ଡା ବାବୁ ଙ୍କ ନେତୃତ୍ୱରେ ରାୟଗଡ ବିଧାନସଭାର ରାୟଗଡ ବ୍ଲକ ର କେରେଡା ପଞ୍ଚାୟତରେ ଗଣେଶ ଭଗବାନ ଙ୍କ ପୂଜାର ଅନ୍ତିମ ଦିନରେ ସାମିଲ ହୋଇ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ଭିକ୍ଷା କରି ବିଜେପି ର ସଦସ୍ୟତା ଅଭିଯାନ ସାଙ୍ଗକୁ ବିଜେପି ର ସଂଗଠନ କୁ ବୃଦ୍ଧି ପ୍ରତ୍ୟକ୍ଷ ଭାବେ ସମସ୍ତଙ୍କୁ ଭେଟି ସଦସ୍ୟ ହେବାକୁ ନିବେଦନ କରିଥିଲେ । କୌଣସି ବର୍ଗର ଲୋକଙ୍କୁ ଆମ ଭାରତୀୟ ଜନତା ପାର୍ଟିର ସଦସ୍ୟ କରାଇବୁ ଓ ବିଶେଷ କରି ଆଦିବାସୀ ମାନଙ୍କୁ ସାମିଲ କରିବାକୁ ପ୍ରଚେଷ୍ଟା କରାଯିବ । ପ୍ରତି ୱାର୍ଡ଼ରୁ ଅନ୍ୟୁନ ଶତାଧିକ ଓ ସମସ୍ତ ବର୍ଗର ଲୋକେ ସଦସ୍ୟ ହେବେ ତାର ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଛନ୍ତି । ରାୟଗଡା ବିଧାନସଭା କ୍ଷେତ୍ରରେ ବହୁ ସଦସ୍ୟତା କରି ସମସ୍ତଙ୍କୁ ସାମିଲ କରାଯିବ ଓ ବିଜେପି ଦଳ କୁ ତୃଣମୂଳ ସ୍ତର ରୁ ସୁଦୃଢ କାରି ସଂଗଠନ କରାଯିବ ବୋଲି କହିଛନ୍ତି l ଏହି ଗସ୍ତ ସମୟରେ କୋଣ୍ଡା ବାବୁଙ୍କ ସହିତ କେ ଶ୍ରୀନିବାସ, ନିମୁ ଭାଇ, ଗୋପାଳ, ଆଲୋକ ସାମିଲ ରହିଥିଲେ ଓ ସଦସ୍ୟତା ଅଭିଯାନ ରେ କେରେଡା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ମୀନାରାଓ ହିମିରିକା ଙ୍କ ସହିତ କେରେଡା ଗ୍ରାମର ରଘୁରାମ ବି, ଜି କୋଟେସ୍ବସର ରାଓ,ଜି ଶ୍ରୀନିବାସ ରାଓ , ଜି ସୋମେଶ୍ବସର ରାଓ,ସି ଏଚ ଗଣେଶ୍ୱସର ରାଓ,ମୁରଲୀ ପଟ୍ଟନାୟକପ୍ରମୁଖ ଉପସ୍ଥିତ ରହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ