November 26, 2024

ଯୁଯୋମୁରା ଦୁର୍ଗା ପୂଜା :୯ରୁ ୧୪ ପାଳିବ ସୁବର୍ଣ୍ଣ ଜୟନ୍ତୀ 

Share

 

 

ସମ୍ବଲପୁରୀ, ତା. ୧୦. ୦୯:ଅର୍ଦ୍ଧ ଶତାବ୍ଦୀରେ ପାଦ ଥାପିଛି ଯୁଯୋମୁରା ଶାରଦୀୟ ଦୁର୍ଗାପୂଜା l ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି l ଚଳିତ ବର୍ଷ ଯୁଯୋମୁରା ଦୁର୍ଗାପୂଜା କମିଟି ପାଳିବ ତାର ସୁବର୍ଣ୍ଣ ଜୟନ୍ତୀ l ସମାଜରେ ଯେଉଁ ମହିଷାସୁର ଚେତନାର ଉଦ୍ଭଟ ଘଟିଛି, ତାର ବିନାଶ ଲାଗି ୧୯୭୪ ମସିହାରୁ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା ଯୁଯୋମୁରାରେ ପାଳିତ ହୋଇଆସୁଛି l ଏଥିପାଇଁ ସୋମବାର ସନ୍ଧ୍ୟାରେ କମିଟି ସଭାପତି ଲଷ୍ମୀଧର ଦେହୁରୀଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇ ବ୍ୟାପକ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ହେବା ସହ ବିଭିନ୍ନ କାମ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି ଳ

 

ଏଠାରେ ସୂଚନା ଯୋଗ୍ୟଯେ,ବର୍ଷକୁ ଥରେ ମା ଦୁର୍ଗା ପ୍ରତିମା ସବୁଠି ପୂଜା ପାଉଥିଲେ ବି, ଯୁଯୋମୁରାରେ ଦେଖାଦେଇଥାଏ ଏହାର ବ୍ୟତିକ୍ରମ l ସ୍ଥାୟୀ ଦୁର୍ଗା ମଣ୍ଡପରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚନା ହୋଇଥାଏl ଚଳିତ ବର୍ଷ ଯୁଯୋମୁରା ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ଆସନ୍ତା ୦୯ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚନା ସହିତ, ସମ୍ବର୍ଦ୍ଧନା, ନୃତ୍ୟ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା l

ଏଥିରେ ସଭାପତି ଶ୍ରୀ ଦେହୁରୀ ଙ୍କ ସହିତ ସମ୍ପାଦକ ଧନେଶ୍ୱର ରାଉତ , କୋଷାଧକ୍ଷ ପ୍ରହଲ୍ଲାଦ ସାହୁ, ରବୀନ୍ଦ୍ର ସାହୁ, ସୁବାଷ ବେହେରା, ଅଶ୍ୱିନୀ ଦେହୁରୀ, ବିଜୟ ସେଠି, ଝସକେତନ ସାହୁ, ବିରଞ୍ଚି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣ ଜୟନ୍ତୀ ପାଳନ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ l

You may have missed