June 18, 2026

ଗଣେଶ ପୂଜା ଉପଲକ୍ଷେ ରକ୍ତଦାନ ଶିବିର l ୭୯ ୟୁନିଟ ରକ୍ତ ସଂଗ୍ରହହେଲା 

IMG-20240910-WA0005
Share

 

 

ଗଞ୍ଜାମ ସହର ଅନ୍ତର୍ଗତ 8ନମ୍ବର ୱାର୍ଡ ପୁଇଁତଳା ଗ୍ରାମର ବାରିକି ସାହି ସ୍ଥିତ ସଂସ୍କୃତିକ ଭବନ ପରିସରରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଏକ ମହା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଯୁବକ ମାନଙ୍କୁ ପ୍ରଶଂସା କରିଥିଲେ l ଆଗକୁ ଏଭଳି ଏପରି ମହାନ କାର୍ଯ୍ୟକ୍ରମ କରିବାପାଇଁ ପ୍ରୋଚାହନା କରିବା ସହ ସହଯୋଗ ର ହାତ ବଧେଇବେ ବୋଲି କଥା ଦେଇଛନ୍ତି l ଓକିଲ କୈଳାଶ ପଲାଇ ଙ୍କ ସଭାପତିତ୍ୱ ରେ ଏକ ସଭାଅନୁଷ୍ଠିତ ହୋଇଥିଲା l ଏଥିରେ 8ନମ୍ବର ୱlର୍ଡ ରକାଉନସିଲର ମହାଲକ୍ଷ୍ମୀ ନାଏକ, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି, ଯୁବ ନେତା ସୁଦାମ ଜେନା, ପୁଇଁତଳା ସଂlସୃତିକ ପରିଷଦ ସଭାପତି ହରି ହର ବିଶ୍ୱାଳ, ସିମାଞ୍ଚଳ ବାରିକି, ଯୁବ ନେତା ଅକ୍ଷୟ ସ୍ୱାଇଁ, ଗ୍ରାସୀମ କମ୍ପାନୀ ର ୟୁନିଟ ହେଡ଼ ଅଜୟ ଗୁପ୍ତା, ସୁସ୍ମିତା ବେହେରା ପ୍ରମୁଖ ମଂଚାସୀନ ରହିଥିଲେ l ବ୍ରହ୍ମପୁର ରକ୍ତ ଭଣ୍ଡାର ର କର୍ମଚାରୀ ଉପସ୍ଥିତ ରହି 79 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ଶ୍ରବଣ କୁମାର ବାରିକି, ସମ୍ପlଦକ ସୁନୀଲ କୁମାର ବିଶ୍ୱାଳ, କୋଷାଧକ୍ଷ ସାଫଲ୍ୟ ପଳାଇ, ଉପଦେଷ୍ଟା ଅଜୟ ବାରିକି, ଲକ୍ଷ୍ମଣ ପଲାଇ ପ୍ରମୁଖ ପରିଚାଳନା କରିଥିଲେ l ସହଯୋଗ କରିଥିଲେ ଜୟ କୃଷ୍ଣ ବାରିକି, କିରଣ, ସାଗର, ବିଭୁତି,ରିତେଶ, ସ୍ୱରୂପ, କାଁହୁ, ଦିଲୀପ,ମନୋଜ, ଜିତୁ,ସୁନୀଲ, ପ୍ରଭାତ, ପଙ୍କଜ ପ୍ରମୁଖ l(ପ୍ରଦୀପ କୁମାର ପଣ୍ଡା)

You may have missed