September 21, 2024

ଶ୍ରୀ ସ୍ବାମୀ ଶିବାନନ୍ଦଜୀଙ୍କ ୧୩୭ତମ ଜନ୍ମ ଜୟନ୍ତୀ ପାଳିତ 

Share

ବୁଗୁଡା : ତା ୦୮/୦୯/୨୪ : ସ୍ଥାନୀୟ ସ୍ମାମୀ ଶିବାନନ୍ଦ ଆଧ୍ଯାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ପରିସରରେ ଶ୍ରୀ ସ୍ବାମୀ ଶିବାନନ୍ଦଜୀଙ୍କ ୧୩୭ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରାତଃରେ ପ୍ରାର୍ଥନା, ଜପ ଓ ଧ୍ଯାନ, ପାଦ ପୂଜା ଏବଂ ପୂର୍ବାହ୍ନରେ ହୋମ, ନଗର ଭ୍ରମଣ ଓ ରୋଗୀ ସେବା ଆଦି କାର୍ଯ୍ୟକ୍ରମ ସାଙ୍ଗକୁ ଜୟ ଗଣେଶ କୀର୍ତ୍ତନ , ଗୁରୁ ସ୍ତୋତ୍ର ଓ ଗୀତା ପାଠ କରାଯାଇଥିଲା । ଏଥି ସହ ସତସଙ୍ଗ କାଳରେ ଦୁର୍ଗା ପ୍ରସାଦ ଦାଶଙ୍କ ଦ୍ବାରା ପ୍ରାରମ୍ଭିକ ଭଜନ ଗାନ ପରେ ସ୍ବାମୀ ଶିବାନନ୍ଦଙ୍କ ବାଲ୍ଯ ଜୀବନୀ ଆଲୋଚନା ସହ ବିଶ୍ବଶାନ୍ତି ମନ୍ତ୍ର, ଶାନ୍ତିପାଠ କରାଯାଇଥିଲା । ସଭାପତି କାଶୀନାଥ ବିଷୋୟୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ତୋଷ କୁମାର ରାଉତ ଓ କୋଷାଧକ୍ଷ କିଶୋର କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଏଥିରେ ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ପାଢୀ, ରୀନା ଚୌଧୁରୀ , ସାରଳା ସ୍ବାଇଁ, ଗିତାଞ୍ଜଳୀ ରା ପ୍ରମୁଖ ସହଯୋଗ କରିଥିଲେ ।