November 26, 2024

ବିଦ୍ୟାଳୟରରେ ଗୁରୁଦିବସ ପାଳନ

Share

ଗୁରୁ ଆତ୍ମ ଶକ୍ତି ସଂଚାର ଓ ଜାଗ୍ରତ କରାନ୍ତ

ହରିଶ୍ବରଦେବ ଭୋକେସନାଲ ଉଚ୍ଚମାଧ୍ୟମିକ ବିଦ୍ଯାଳୟ ପଣସପଦାଠାରେ ଗୁରୁଦିବସ ପାଳନ ଅବସରରେ ଏକ ବର୍ତ୍ତମାନ ସମୟରେ ଗୁରୁ ଶିଷ୍ୟଙ୍କ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଭାରତର ୨ୟ ରାଷ୍ରପତି ଡ ସର୍ବାପଲ୍ଲି ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିବସକୁ ସମଗ୍ର ଦେଶ ଗୁରୁଦିବସ ଭାବରେ ପାଳନ କରୁଛି। ମହାନ ଦାର୍ଶନିକ ଶିକ୍ଷକ ସର୍ବାପଲ୍ଲି ରାଧାକ୍ରିଷ୍ଣନ ଫଟୋଚିତ୍ରରେ ପୁଷ୍ପ ମାଳ ଚନ୍ଦ୍ର ଦେଇ ପୂଜନ କରିଥିଲେ।

ଭାରତ ବର୍ଷରେ ଗୁରୁମାନଙ୍କର ମର୍ଯ୍ୟାଦାକୁ ଭଗବାନଙ୍କ ସହିତ ତୁଳନା କରାଯାଇଛି ।

ସେଥିପାଇଁ କୁହାଯାଇଛି –

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର

ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରଭେ ନମଃ।

ଏହି ଦିବସରେ ବିଦ୍ଯାଳୟରେ ଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା। ଶିକ୍ଷକଙ୍କ ମଥାରେ ଚନ୍ଦନ ସିନ୍ଦୁର ଲଗାଇ ଦୁବ ବରକୋଳି ପତ୍ର ଫୁଲ ଅରୁଆ ଚାଉଳ ପକାଇ ବନ୍ଦାପନା କରିବା ସହ ପ୍ରଣାମ କରିଥିଲେ ଛାତ୍ରଛାତ୍ରୀ।

ବିଦ୍ଯାଳୟର ଅଧ୍ଯକ୍ଷ ଶ୍ରୀ ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସଫଳ ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁଙ୍କର ଭୂମିକା ସଂପର୍କରେ ବକ୍ତବ୍ଯ ରଖିଥିଲେ।

 

ଶରୀର ମଧ୍ୟରେ ଆତ୍ମ ଶକ୍ତି ଯିଏ ସଞ୍ଚାର ଓ ଜାଗ୍ରତ କରନ୍ତି ସିଏ “ଗୁରୁ ” । ଯାହାଠାରେ ଶକ୍ତି ସଞ୍ଚାର ହୁଏ ସେ “ଶିଷ୍ୟ ” ଗୁରୁ କୃପା ହେଲେ ଦେହୀ ଅତି ସହଜରେ ସ୍ୱରୂପ ଜ୍ଞାନ, ଚିତ୍ତ ଆନନ୍ଦ ଭାବରେ ପ୍ରତିଷ୍ଠିତ ହୋଇଥାନ୍ତି l ଆମ ପୁରାଣରୁ ଜଣାଯାଏ ଯୁଗ ଯୁଗରୁ ଗୁରୁ ପରମ୍ପରା ଅଛି ପୁରାଣ ଯୁଗରେ ଶିଷ୍ୟମାନେ ଗୁରୁକୂଳ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରୁଥିଲେ। ପୂର୍ବ କାଳରେ ଗୁରୁ ଆଶ୍ରମରେ ରହି ଶିଷ୍ୟ ମାନେ ଶିକ୍ଷା ଲାଭ କରୁଥିଲେ । ଆଶ୍ରମରେ ରହି ବେଦ ,ଉପନିଷଦ ଆଦି ଶିକ୍ଷା ଲାଭ କରି ସ୍ଵଗୃହକୁ ଫେରୁଥିଲେ । ଆଶ୍ରମରେ ରହି ଗୁରୁଙ୍କ ସେବା କରୁ ଥିଲେ । ଜଙ୍ଗଲରୁ କାଷ୍ଠ ଓ ଫଳମୂଳ ସଂଗ୍ରହ କରୁଥିଲେ । ହୋମ ଯଜ୍ଞ ପାଇଁ ସମିଧ ସଂଗ୍ରହ କରୁଥିଲେ । ଆଶ୍ରମରେ ରହି ଗୋପାଳନ, କୃଷି କାର୍ଯ୍ୟ , ଯୁଦ୍ଧ ଶିକ୍ଷା ,ଅସ୍ତ୍ର ଚାଳନା, ଧନୁର୍ବିଦ୍ୟା ଆଦି ଶିକ୍ଷା କରୁଥିଲେ । ବିଦ୍ୟା ଶିକ୍ଷା ଲାଭ କରି ଫେରିବା ସମୟରେ ଗୁରୁଙ୍କୁ ଗୁରୁଙ୍କ ଇଚ୍ଛା ମୁତାବକ ଗୁରୁ ଦକ୍ଷିଣା ଦେଉ ଥିଲେ ।

ଆଧୁନିକ ଶିକ୍ଷା ପ୍ରଭାବରେ ଏବେ ସେହି ପରମ୍ପରା ବଦଳିଛି। ହେଲେ ଗୁରୁଙ୍କ ପ୍ରଭାବ ଅତୁଟ ରହିଛି। ଗୁରୁ ଯିଏକି ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଛାତ୍ରର ଜୀବନକୁ ଆଲୋକିତ କରିଥାନ୍ତି। ଦେଶକୁ ସୁନାଗରିକ ଗଢି ଦେଇଥାନ୍ତି ତାଙ୍କର ଭୂମିକା ଦେଶ ପାଇଁ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ଜୀବନରେ ଆଗକୁ ବଢିବାର ମାର୍ଗଦର୍ଶନ ପ୍ରେରଣା ଉତ୍ସାହ ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଥାଏ। ଗୁରୁ ଦିବସ ପାଳନର ଯଥେଷ୍ଟ ପ୍ରଭାବଶାଳି ଭୂମିକା ତଥା ଆବଶ୍ୟକତା ରହିଛି।

ଆୟୋଜିତ ଆଲୋଚନାଚକ୍ରରେ ଅଧ୍ଯାପକ ଶ୍ରୀ ଶରତ କୁମାର ସାହୁ, ଶ୍ରୀ ଲକ୍ଷ୍ମୀକାନ୍ତ ଦାଶ , ଶ୍ରୀ ରଣଜିତ ଶାମଲ, ଶ୍ରୀ ଉମେଶ ବେହେରା ଶ୍ରୀମତୀ ଅରୁନ୍ଧତୀ ସ୍ବାଇଁ ଶ୍ରୀ ମତଲୁବ ମହମ୍ମଦ,ଶ୍ରୀ ବିରଞ୍ଚିନାରାୟଣ ସାହୁ , ଶ୍ରୀ ଜଗତାନନ୍ଦ ପ୍ରଧାନ, ପ୍ରମୁଖ ବକ୍ତବ୍ଯ ରଖିଥିଲେ। ଶ୍ରୀ କାଶୀନାଥ ନାୟକ କାର୍ଯ୍ୟକ୍ରମ ପରିଚଳନା କରିଥିଲେ।

ଆୟୋଜିତ ପ୍ରତିଯୋଗିତାରେ ଦେବସ୍ମିତା ଦଳାଇ ପ୍ରଥମ, ବର୍ଷାରାଣୀ ବିଶୋଇ ଦ୍ବିତୀୟ, ଚିଣ୍ଟୁ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.