ବିଦ୍ୟାଳୟ ସ୍ତରୀୟ ଶିକ୍ଷାଦାନ ପ୍ରତିଯୋଗିତା

ବୋଲଗଡ, (ଉପାନ୍ତ ଖବର):ସଂପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନଙ୍କ ତତ୍ତ୍ଵବଧାନମରେ ଗୁରୁବାର ଦିନ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପୌରୋହିତ୍ୟ କରିଥିଲେ । ନୟାଗଡ ଜିଲ୍ଲା ଅନ୍ତର୍ଗତ ବନ୍ଧଦ୍ୱାରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥଲେ । ରାଷ୍ଟ୍ର ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯିବା
ପରେ ଛାତ୍ରୀମାନେ ଗୁରୁବନ୍ଦନା ଗାନ କରିଥିଲେ । ଗୁରୁପୂଜନ ସମାପ୍ତି ପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଇଂରାଜୀ, ଗଣିତ ଓ ବିଜ୍ଞାନରେ ଶିକ୍ଷାଦାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଇଂରାଜୀରେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ,ସୌଦାମିନି ପରିଡ଼ା, ଗଣିତରେ ଶୁଭଶ୍ରୀ ଧଳ ଓ ସ୍ରୋତାଲିନି ସାହୁ ବିଜ୍ଞାନରେ ଦିପ୍ତୀରଂଜନ ଦାସ ଓ ବିଭୂପ୍ରସାଦ
ମହାପାତ୍ର ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ ।
ଇଂରାଜୀରେ ଭବସ୍ମିତା ମଙ୍ଗରାଜ,
ବିଶ୍ବରଞ୍ଜନ ଦତ୍ତ, ନୃସିଂହ ଝପଟସିଂହ, ଗଣିତରେ ଓମ୍ ପ୍ରକାଶ
ନାୟକ, ଅନନ୍ୟା ଅପରୂପା ଦାସ, ସଞ୍ଜୟ ପ୍ରକାଶ ସାହୁ, ବିଜ୍ଞାନରେ
ଶୁଭଙ୍କର ପୃଷ୍ଟି, ଶୁଭମଭବ ରାଉତ, ଶୁଭଶ୍ରୀ ପଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ । ତତ୍ପରେ ‘ଗୁରୁଦିବସ ପାଳନର ତାତ୍ପର୍ଯ୍ୟ’ପ୍ରସଙ୍ଗ ଉପରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା ।
ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ନମିତା ସାହୁ ଏବଂ ଅଂଶୁମାନ ଧଳ
ମୂଲ୍ୟାଙ୍କନ କରି ସସ୍ମିତା ସାହୁ, ଶୁଭଙ୍କର ପୃଷ୍ଟି ଓ କ୍ଷୀରାବ୍ଧି ତନୟା ପ୍ରଧାନଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରଖିଥିଲେ ।କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଘଡ଼େଇ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ
ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି, ଶିବ
ପ୍ରଧାନ, ସମ୍ବିତ କେଦାର କର, ସ୍ନେହଲତା ପାଇକରାୟ, କୃଷ୍ଣଚନ୍ଦ୍ର
ଝପଟସିଂହ ଏବଂ ଆନନ୍ଦ ସେନାପତି
ସହଯୋଗ କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।