ମନ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଗୁଲନଗର ଗ୍ରାମ ପଂଞାୟତର ଖଇରାବାଦ ଗ୍ରାମର କମଳା ମହାରଣାଙ୍କ ନାମ ନେଇ ଆମ ଦେଶର ପ୍ରଧାନସେବକ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭାରତର ଯଶ୍ବସୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଜୀ ଗତ ମାସ ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଗୁଲନଗର ପଂଚାୟତର ଖଇରାବାଦ ଗ୍ରାମ ର ଶ୍ରୀମତୀ କମଳା ମହାରଣା ଙ୍କ ସଫଳ କାହାଣୀ ଦେଶ ବାସୀ ଙ୍କ ପାଖରେ ରଖିଥିଲେ । ସେ ସାଧାରଣ ପରିବାର ରୁ ଆସିଥାଆନ୍ତି। ପୂର୍ବରୁ ସେ ଅତି ଗରିବ ଥିଲେ । ଠିକ୍ ରେ ଖାଇବା ପାଇଁ ଘରେ ନଥାଏ । ଅଭାବ ଭିତରେ ଚଳି ନିଜ ର ଆବଶ୍ୟକତା ପୁରଣ ପାଇଁ ଅନେକ ଜିନିଷ ନିଜେ ଯୋଗାଡ କରି ଥାଆନ୍ତି । ସେହିପରି ଚାଷ ବିଲ ରେ ମିଳୁଥିବା ବେରୁହାଁ କୁ ଯୋଗାଡ କରି ଆଣି ଘରେ ରଖିଥିଲେ। ଭବିଷ୍ୟତ ରେ ମସିଣା ( ତଳେ ବିଛାଇବା ପାଇଁ ) ବୁଣିବା ପାଇଁ । ଏହାକୁ ବୁଣିବା ପାଇଁ ଝୋଟ ସୁତୁଲି ର ଆବଶ୍ୟକ ପଡିଥାଏ। କିନ୍ତୁ ଅଭାବ କାରଣରୁ ବାରମ୍ବାର କହିବା ସତ୍ବେ ମଧ୍ୟ ତାଙ୍କ ସ୍ବାମୀ ସୁତୁଲି ଆଣି ଦେଇ ପାରୁ ନଥିଲେ । ଏପଟେ ବେରୁହାଁ ଘରେ ଥାଏ ଓ ମସିଣା ର ଆବଶ୍ୟକ ପଡୁଥାଏ । ଘର ପିଣ୍ଡାରେ ବସି ଏହି କଥା ଭାବୁ ଭାବୁ କମଳା ଙ୍କ ସାମ୍ନା ରେ ଏକ ବିସ୍କୁଟ ଜରି ଖୋଳ ପଡିଥାଏ । ତାକୁ ଆଣିଲେ ଏବଂ କଇଁଚି ରେ ସରୁ ସରୁ କରି କାଟିଲେ ଏବଂ ଘରେ ପଡିଥିବା ଜରି ଆଳୁ ଅଖାର ଏହାକୁ ରସି ଭାବରେ ଛୁନ୍ଚି ମାଧ୍ୟମରେ ବ୍ୟବହାର କରି ବେରୁହାଁ କୁ ନେଇ ଆସନ ଆଦି ଠୁ କାମ ଆରମ୍ଭ କଲେ । ଏହା ବହୁତ ସୁନ୍ଦର ଦେଖାଗଲା । ଏହା ପରେ ପଡିଥିବା ଗୁଟ୍ ଖା ଜରି , ବିସ୍କୁଟ ଜରି , କ୍ଷୀର ପ୍ୟାକେଟ୍ ଆଦି ଗୋଟାଇ ଏହାକୁ ବ୍ୟବହାର କରି ଅତି ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ଚାଲିଲେ । ବିଭିନ୍ନ ବ୍ୟବହାର୍ଯ୍ୟ ଜିନିଷ ସହ ପେନ୍ ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ ଆଦି ଜିନିଷ ତିଆରି କରୁଛନ୍ତି । ଏହା ସମାଜ ପାଇଁ ପରିବେଶ କ୍ଷତି କାରି ଅବ୍ୟବହୃତ ପ୍ଲାଷ୍ଟିକ୍ ର ଉଚିତ୍ ବ୍ୟବହାର ହୋଇପାରିଲା । ଆଜି କମଳା ମହାରଣା ଙ୍କୁ ୬୩ ବର୍ଷ ହେଲାଣି ତଥାପି ଏହାକୁ ଆଗକୁ ନେବା ପାଇଁ ଅନେକ ଉତ୍ସାହ। କର୍ମ ହିଁ ଭଗବାନ ଭାବୁଥିବା କମଳା ମାଉସି ମହିଳା ଙ୍କୁ ଏକତ୍ରିତ କରି ଅଧିକ ରୁ ଅଧିକ ତିଆରି କରିବାରେ ବ୍ୟସ୍ତ କମଳା ମହାରଣା ଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ ପକାଇ ଥିବାରୁ ସେ ଓ ତାଙ୍କ ପରିବାର ଲୋକେ ଅତ୍ୟନ୍ତ ଖୁସି ଓ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ଏତେ ବଡ ଦେଶର ପ୍ରଧାନମନ୍ତ୍ରୀ ତାଙ୍କ ଭଳି ମଫସଲ ରେ ରହୁଥିବା ବ୍ୟକ୍ତି ଙ୍କୁ ଚିହ୍ନଟ କରି ତାଙ୍କ ର କର୍ମ କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଙ୍କ କହିବା ପରେ ଅନେକ ଲୋକ ତାଙ୍କୁ ଭେଟିବାକୁ ଆସୁଛନ୍ତି, ସମ୍ମାନିତ କରୁଛନ୍ତି । ତାଙ୍କ ଜିନିଷ ର ଚାହିଦା ଅନେକ ପରିମାଣରେ ବଢିବାରେ ଲାଗିଛି । ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗରିବ ଓ ଅଭାବ ଏବଂ ଇଛା ଶକ୍ତି ହିଁ ସୃଜନଶୀଳତା ର ସୃଷ୍ଟି ହୋଇଥାଏ । ଯାହା ଦେଶ ଓ ସମାଜ ଗଠନରେ ସହାୟକ ହୋଇଥାଏ ।
ସେହିପରି ଆଳି ଅଂଚଳର ମାଣିକପାଟଣା ଗ୍ରାମ ର ଉଦୀୟମାନ ଯୁବକ ସଂଜୟ କୁମାର ପରିଡା । ଯିଏ ପିଲା ଦିନେ ଅଭାବ ରେ ବଢିଛନ୍ତି । ପିନ୍ଧିବାକୁ ଓ ଖାଇବାକୁ ଠିକ୍ ରେ ନଥିବା ସଂଜୟ ନିଜର ଉଦ୍ୟମ ଓ କଠିନ ପରିଶ୍ରମ। ହାରିବାର ଭୟ କୁ ବେଖାତିର କରି ଜୀବନ ଯାତ୍ରା ରେ ଜିତିବାର ନିଶା ଯୋଗୁଁ ଭୁବନେଶ୍ଵରର ଉପକଣ୍ଠରେ ନିଜର ସଫଳ ବ୍ୟବସାୟ ଠିଆ କରି ପାରିଛନ୍ତି। ଯାହାଙ୍କ ପାଇଁ ମୁଁ ନିଜେ ଗର୍ବ ଅନୁଭବ କରୁଛି କାରଣ ସେ ମୋ ଗାଁ ଭୁଇଁ ର ପିଲା । ମୁଁ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରୁଛି ସେ ଆହୁରି ଆହୁରି ଉପରକୁ ଉପରକୁ ଯାଆନ୍ତୁ
ସାମାଜିକ କାର୍ଯ୍ୟ ରେ ରୁଚି ରଖୁଥିବା ସଂଜୟ ଭାଇ ତାଙ୍କ ର ଆଦର୍ଶ ମାନୁଥିବା କମଳା ମହାରଣା ଙ୍କୁ ତାଙ୍କ ଅଫିସ କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରି ତାଙ୍କୁ ସ୍ବାଗତ, ସମ୍ବର୍ଦ୍ଧନା କରି ତାଙ୍କ ର ଆଶ୍ରିବାଦ ନେଇଥିଲେ ।
ରିପୋର୍ଟ – ଗୋକୁଳ