September 21, 2024

ଭାରତୀୟ ଜନତା ପାର୍ଟି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଏହି ଦଳ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରେ …

Share

     ଭାରତୀୟ ଜନତା ପାର୍ଟି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଏହି ଦଳ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଛିଡ଼ା ହୋଇଥିବା ଏହି ଦଳ ବହୁ ସଂଘର୍ଷ, ତପସ୍ୟା ପରେ ୧୮ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ସହିତ ଆଜି ବିଶ୍ୱର ଏକ ନମ୍ବର ରାଜନୈତିକ ଦଳ ହୋଇପାରିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ଏହି ଦଳର ଆତ୍ମା ହେଉଛନ୍ତି ତାର ସଦସ୍ୟ । ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ । ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକଙ୍କ ସେବା କରିବା ସହ ସେମାନଙ୍କୁ ଦଳର ବିଚାରଧାରା ସହ ଯୋଡ଼ିବା ହେଉଛି ବିଜେପିର ଉଦ୍ଦେଶ୍ୟ । ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ଯୋଡି ବିଜେପିକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ । ଆଜି ଜଗତସିଂହପୁର ଜିଲ୍ଲା ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନ ରେ ଜଗତସିଂହପୁର ଜିଲ୍ଲା ସାଂସଦ ଡଃ.ବିଭୁପ୍ରସାଦ ତରାଇ ଏବଂ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ସହ ସାମିଲ ହେଲି । ହେଲି#BJPSadasyata2024