September 21, 2024

‘ବଂଶଧାରା ‘ ପ୍ରାଚୀର ପତ୍ରିକା ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚିତ

Share

 

ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗରରେ ପ୍ରକାଶିତ ହେଉଥିବା ମାସିକ ପ୍ରାଚୀର ପତ୍ରିକା ‘ବଂଶଧାରା ‘ ସେପ୍ଟେମ୍ବର ସଂଖ୍ୟା ବ୍ଲକ କନିଷ୍ଠ ଯନ୍ତ୍ରୀ ଶ୍ରୀ ଉମାଶଙ୍କର ପାତ୍ରଙ୍କ କରକମଳ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପଣ୍ଡାଙ୍କ ସହ ସଭ୍ୟା ଶ୍ରୀମତୀ କଲ୍ୟାଣୀ ବେହେରାଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଯାଇଛି।

 

ପ୍ରଧାନ ଶିକ୍ଷକ ଶ୍ରୀ ଭାଗୀରଥି ବେହେରାଙ୍କ ପରିଚାଳନାରେ ଏବଂ ଅଷ୍ଟମ ଶ୍ରେଣୀ ଶିକ୍ଷୟିତ୍ରୀ ଯଥା ଆର ରେବତୀ ଓ କେ ଶୈଲଜାଙ୍କ ତତ୍ତ୍ଵାବଧାନରେ ସେପ୍ଟେମ୍ବର ମାସର ଶିକ୍ଷକ ଦିବସ, ଗଣେଶ ପୂଜା ଆଦି ସନ୍ଦର୍ଭରେ ପିଲାଙ୍କ ଦ୍ଵାରା ଗୀତ, ଗପ ଓ ଚିତ୍ର ଆଦି ସଜେଇ ହୋଇ ପ୍ରକାଶ ପାଇଛି ।

ପ୍ରାଚୀର ପତ୍ରିକା କେବଳ ପ୍ରତିଭା ବିକାଶ କରେନି ବରଂ ତା ସହ ପରିଚୟ ସୃଷ୍ଟି କରେ ବୋଲି ପିଲାଙ୍କୁ

 

ପିଲାଙ୍କ ପ୍ରତିଭା ବିକାଶ ସହ ବିଦ୍ୟାଳୟର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ରେ ସହାୟକ ହୁଏ ପ୍ରାଚୀର ପତ୍ରିକା ବୋଲି ମୁଖ୍ୟ ଅତିଥି ଶ୍ରୀ ଉମାଶଙ୍କର ପାତ୍ର କହିଛନ୍ତି ।

 

ଅଷ୍ଟମ ଶ୍ରେଣୀର ଅଜର ଗୋମଙ୍ଗୋ, ଜ୍ୟୋତି ରାଣୀ ନାୟକ, ଲଭଲି ରାଇତା, ଚିନ୍ଦୁ ଶବର, ଲିଦ୍ଦିଶ ରାଇତା, ସ୍ଵପ୍ନା ଶବର, ଏଜିକଲ ଗୋମାଙ୍ଗୋ, ଶୁଭମ୍ ପଟ୍ଟନାୟକ, ଅବିନାଶ ଓ ଜୁନେଶ ଆଦି ଛାତ୍ର ଛାତ୍ରୀ ପତ୍ରିକାରେ ସ୍ଥାନିତ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରଙ୍କ ସହ ସ୍କୁଲ କ୍ୟାବିନେଟ୍ ସଦସ୍ୟ ମାନେ ଶୁଭେଛା ଜଣାଇଛନ୍ତି। ଆସନ୍ତା ଅକ୍ଟୋବର ମାସ ସଂଖ୍ୟା ପାଇଁ ସପ୍ତମ ଶ୍ରଣୀକୁ ଦାୟିତ୍ୱ ଦିଆଗଲା ।

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ