ବାନ୍ତିରେ ୬୯ ଛାତ୍ରୀ ମେଡିକାଲରେ ଭର୍ତ୍ତି
ତା ୨/୯ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ କେ ଡି ଏଫ୍ ଆଦିବାସୀ ଆବାସିକ କନ୍ୟାଶ୍ରମରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି ହେବାରୁ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି ୬୯ ଛାତ୍ରୀ l ଆଜି ଦିନ ୧୧ ଟା ବେଳେ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କୁ ଆଇରନ ଫଲିକ ଏସିଡ ବାଟିକା ଖାଇବାକୁ ଦିଆଯାଇଥିଲା l ଏବଂ ସମସ୍ତ ଛାତ୍ରୀ ସ୍କୁଲକୁ ଯାଇଥିଲେ I ମଧ୍ୟାହ୍ନ ଭୋଜନ ନ ଖାଇବା ପର୍ଯ୍ୟନ୍ତ ସମସ୍ତେ ଭଲ ଥିଲେ l ଖାଇବାର ଘଣ୍ଟାଏ ପରେ ଆରମ୍ଭ ହୋଇଥିଲା ବାନ୍ତି l ବିଦ୍ୟାଳୟ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଗଲା I ସେଠାରେ ଡ଼ାକ୍ତର ଗଣେଶ ପ୍ରସାଦ ଦାସ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସ୍ସା ଆରମ୍ଭ କଲେ ଓ ଦିଆଯାଇଥିବା ବାଟିକାକୁ ଯାଞ୍ଚ କଲେ l ବାଟିକାର ଅବଧି ତାରିଖ ଠିକ ଅଛି l ଖାଦ୍ୟରେ କିଛି ବିଷକ୍ରିୟା ଥିବାରୁ ଏମିତି ହୋଇଥାଇପାରେ ବୋଲି କହିଛନ୍ତି l ଆଜି ଦିନ ୨ ଟାରୁ ୨ ଟି ଆମ୍ବୁଲାନ୍ସ କ୍ରମାଗତ ୪ ଥର ପିଲାଙ୍କୁ ଆଣିବାରେ ନିୟୋଜିତ ହୋଇଥିଲା l ବର୍ତ୍ତମାନ ସୁଦ୍ଧା ୬୯ ଜଣ ଛାତ୍ରୀଙ୍କୁ ଅଣାଯାଇଛି l ସେଥି ମଧ୍ୟରୁ ୨୦ ଜଣଙ୍କୁ ୨,୩ ଥର ବାନ୍ତି ହେଉଛି l ୨୫ ଜଣଙ୍କୁ ବାନ୍ତି ଲକ୍ଷଣ ଦେଖା ଦେଉଛି, ଓ ଅନ୍ୟ ମାନେ ସାଧାରଣ ଅସୁସ୍ଥ ରହିଛନ୍ତି l ୭ ଜଣ ଅଧିକ ଗୁରୁତ୍ତରଙ୍କୁ ହୁସଲାଇଁ, ଇଞ୍ଜେକସନ୍, ଦିଆଯାଉଛି ଓ ଅନ୍ୟ ମାନଙ୍କୁ ଓ ଆର୍ ଏସ୍ ଓ ବାଟିକା ଦେଇ ରଖାଯାଇଛି l ଗୁରୁତ୍ତର କେହି ନ ଥିବା ସ୍ଥାନାନ୍ତର କରାଯାଇନାହିଁ ସମସ୍ତଙ୍କୁ ଚିକିତ୍ସା ଜାରି ରହିଛି ବୋଲି କହିଛନ୍ତି ଡାକ୍ତର ଶ୍ରୀ ଦାସ l ଅନ୍ୟ ପକ୍ଷେ ବିଦ୍ୟାଳୟ କର୍ତ୍ତୃପକ୍ଷ କେ ଡି ଏଫ୍ ର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ କହିଛନ୍ତି ୨୦୦୧ ରୁ ପରିଚାଳିତ ଏହି ବିଦ୍ୟାଳୟରେ ଆଗରୁ କେବେ ଏଭଳି ସମସ୍ୟା ହୋଇ ନାହିଁ l ସ୍ଵାସ୍ଥ୍ୟ ସେବା ନିମନ୍ତେ ସ୍ଵତନ୍ତ୍ର ଡାକ୍ତର ନିୟୋଜିତ ଅଛନ୍ତି, ସେ ଗତ କାଲି ଆସି ସମସ୍ତ ପିଲାଙ୍କ ସ୍ଵାସ୍ଥ୍ଯ ପରୀକ୍ଷା କରିଛନ୍ତି ତେବେ ଏ ଭଳି କାହିଁକି ହେଲା ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ତଦନ୍ତ ସାପେକ୍ଷ l ତଦନ୍ତ ପରେ ଜଣା ପଡ଼ିବ କି ବଟିକା ଖାଇବା ଦ୍ୱାରା ହୋଇଛି କି ଖାଦ୍ୟ ଦ୍ଵାରା ତାହା ସ୍ଵଷ୍ଟ ହେବ ବୋଲି କହିଛନ୍ତି l ଗୋଟିଏ ବିଦ୍ୟାଳୟର ଏତେ ସଂଖ୍ୟାରେ ପିଲା ମେଡିକାଲରେ ଭର୍ତ୍ତି ହେବା କୁନ୍ଦୁରା ବ୍ଲକରେ ପ୍ରଥମ ସୂଚନା ପାଇ ଅଭିଭାବକଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଛି l ମେଡିକାଲରେ ଆସି ନିଜ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଥାନା ଏସ୍ ଆଇ ସ୍ଵରୂପା ମଲିକ ଅନ୍ୟ କର୍ମଚାରୀଙ୍କ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ l ପରେ ବି ଡି ଓ କପିଳେଶ୍ବର ତାଣ୍ଡି, ତହସିଲଦାର ବିନୋଦ କୁମାର ନାୟକ ଆସି ସ୍ତୁତି ଅନୁଧ୍ଯାନ କରିବା ସହ ବିଦ୍ୟାଳୟକୁ ଯାଇ ଅନ୍ୟ ପିଲାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ସହ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି l ଘଟଣା ପ୍ରଚାରିତ ହେବା ପରେ ସ୍ୱେଚ୍ଛାସେବୀ,ବୁଦ୍ଧିଜୀବୀଙ୍କ ସମେତ ସାଥୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ