September 21, 2024
Share

 

୧-ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭାବନା ନାହିଁ : ମୁଖ୍ୟମନ୍ତ୍ରୀ।

 

୨-ଭୁବନେଶ୍ୱର:୩୫୧୦ଟି ଗ୍ରାମରେ ମୋବାଇଲ ସେବା ନାହିଁ।

 

୩-୨୦୨୩-୨୪ ବର୍ଷରେ ପାନ ମସଲା ଓ ଗୁଟୁଖାରୁ ଆଦାୟ ହୋଇଛି ୧୦୧୨ କୋଟି ରାଜସ୍ବ।

 

୪-ରାଜ୍ୟରେ ମୋଟ ୨,୦୫,୨୨୮ ମଞ୍ଜୁରି ପ୍ରାପ୍ତ ସରକାରୀ ପଦ ଖାଲି ପଡିଛି।

 

୫-ଉନ୍ମୋଚିତ ହେଲା ‘ସୁଭଦ୍ରା’ ଯୋଜନାର ୱେବ ପୋର୍ଟାଲ, ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା www. subhadra.odisha.gov.in

 

୬-ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ୧୭ଟି ୱାଗନ ଇଞ୍ଜିନରୁ ଖସି ଯାଇଥିବା ସୂଚନା।

 

୭-୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜନତା ମଇଦାନରେ ବାଣ୍ଟିବେ ସୁଭଦ୍ରା ଟଙ୍କା।

 

୮-ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିିୟା ଆରମ୍ଭ – ମୁଖ୍ୟମନ୍ତ୍ରୀ

 

୯-ରାଜ୍ୟରେ ୩ ବର୍ଷରେ ୨୬୩ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୧୮ ଛାତ୍ର ଆତ୍ମହତ୍ୟା କରିଛନ୍ତି : ରିପୋର୍ଟ

 

୧୦-ସାବତ ପୁଅର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ବାପା,ହତ୍ୟାକାରୀ ବାପାକୁ ଆଜୀବନ ଜେଲ୍‌।

 

୧୧-ଭୁବନେଶ୍ୱର:କିମ୍ସରେ ଡେଙ୍ଗୁ ଟିକାର କ୍ଲିନିକାଲ୍ ପରୀକ୍ଷା, ଓଡ଼ିଶାର ଏକମାତ୍ର ହସ୍ପିଟାଲ୍ ଭାବେ ପରୀକ୍ଷା ପାଇଁ କିମ୍ସ ମନୋନୀତ।

 

୧୨-ତାଳଚେର:ଖଣି ଉପନିର୍ଦ୍ଦେଶକ, ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ।

 

୧୩-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, କଲକତା ଆଲିପୁର ଚିଡିଆଖାନାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲା ଦୁଇ ଜିରାଫ।

 

୧୪-ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ, ଆଖି ଆଗରେ କୁକୁଡ଼ା ମରା ଦେଖି ହତାଶ ଚାଷୀ।

 

୧୫-ପ୍ୟାରିସ୍ ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପୁରୁଷ ସିଙ୍ଗଲ ବ୍ୟାଡମିଣ୍ଟନରେ ନୀତେଶଙ୍କୁ ସ୍ୱର୍ଣ୍ଣ, ଡିସକସ୍ ଥ୍ରୋରେ ଯୋଗେଶଙ୍କୁ ରୌପ୍ୟ।

 

୧୬-ନୁଆ ଦିଲ୍ଲୀ: କୃଷକଙ୍କ ପାଇଁ ୭ ଯୋଜନା, ଜୀବନ ଜୀବିକାରେ ସୁଧାର ପାଇଁ କ୍ୟାବିନେଟରେ ୧୩,୯୬୬କୋଟି ମଞ୍ଜୁର।

 

୧୭-ବିଶ୍ବର ୧୮୫ଟି ଦେଶ ବାସିନ୍ଦାଙ୍କ ଖାଦ୍ୟାଭାସ ଅଧ୍ୟୟନ, ଭାରତୀୟଙ୍କ ଖାଦ୍ୟରେ ପୋଷକତତ୍ତ୍ବର ଅଭାବ।

 

୧୮-ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ୍ ନିକଟରେ ଭୂସ୍ଖଳନ,୨ ମୃତ।

 

୧୯-ୱେବସିରିଜ ଆଇସି ୮୧୪ ପ୍ରସାରଣକୁ ନେଇ ଅଡୁଆରେ ନେଟଫ୍ଲିକ୍ସ । ସମନ ଜାରି କରି ଜବାବ ମାଗିଲା କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ।

 

୨୦-ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ତାଣ୍ଡବ ରଚିଲା ବନ୍ୟା: ସ୍କୁଲ-କଲେଜ ବନ୍ଦ, ଶତାଧିକ ଟ୍ରେନ୍‌ ଚଳାଚଳ ବାତିଲ।

 

୨୧-ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ । ଦୁଷ୍କର୍ମକାରୀଙ୍କୁ ୧୦ ଦିନରେ ଫାଶୀଦଣ୍ଡ ନେଇ ଆସିବ ନୂଆ ବିଲ।

 

୨୨-କୋଲକତା ଅଭୟାକାଣ୍ଡ; ଆରଜି କର ହସ୍ପିଟାଲ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ।

 

*🙏 ସୁପ୍ରଭାତ 🙏*