September 22, 2026

ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର 

IMG-20240902-WA0028
Share

ବୁଗୁଡା : ତା ୦୨/୦୯/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜୟରାମ ବିଷୋୟୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ଯାପକ ଦିଲ୍ଲୀପ କୁମାର ସାହୁ ଯୋଗଦେଇ ଆଲୋଚନା ଚକ୍ରର ଶୀଷର୍କ “ଭୁତାଣୁ ଓ ତାହାର ଔଷଧୀୟ ଗୁଣ” ସମ୍ପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ଛାତ୍ର ଆଦିତ୍ୟ କୁମାର ସାହୁ ସନ୍ଦର୍ଭ ପାଠ କରିଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡେମୋନଷ୍ଟେଟର୍ ସୁଶାନ୍ତ କୁମାର ଦାଶ ପରିଚାଳନା କରିଥିବା ବେଳେ ପରିଶେଷରେ ଅଧ୍ଯାପିକା ଅନୀତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed