November 26, 2024

ଗ୍ରାମାଞ୍ଚଳ ରେ ଥିବା ବିଲମାଛ ବା ଚୁନାମାଛ ଦେଖିବାକୁ ସ୍ୱପ୍ନହେଲାଣି।

Share

ବୋଲଗଡ଼, (ଉପାନ୍ତ ଖବର): ସମୟଥିଲା ବର୍ଷା ଦିନେ ଧାନଜମିରୁ କିମ୍ବା ନଈ ନାଳ ରୁ ସହଜରେ ମିଳିଜାଉଥିବା କେରାଣ୍ଡି, କଣ୍ଟିଆ, ଜିମିକାଡି, ତୋଡି, ମାଗୁର, ଗଡ଼ିଶା,କଉ ଇତ୍ଯାଦି ଚୁନାମାଛ ସହଜରେ ମିଳିଯାଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ପୂର୍ବ ତୁଳନାରେ ବହୁପରିମାଣରେ ସେହି ବିଲରୁ ମରାଯାଉଥିବା ଚୁନାମାଛ କମିଯାଇଛି। କିନ୍ତୁ ପରିବେଶବିତ ଏବଂ ବିଶେଷଜ୍ଞ ଙ୍କ ମତରେ ବଦଳୁଥିବା ତାପମାତ୍ରାରବୃଦ୍ଧି, ଜଳବାୟୁର ପରିବର୍ତ୍ତନ ,ମୌସୁମୀ ବିଳମ୍ବ ରେ ପ୍ରବାହ,ଦ୍ରୁତଶ୍ଳିପାୟନ, ଜମିରେ ପ୍ରଚୁର ମାତ୍ରାରେ କୀଟନାଶକ ଔଷଧର ନିୟମିତ ପ୍ରୟୋଗ ଏପରି କି ଅନେକ କାରଣ ପାଇଁ ବିଲରୁ ମିଳୁଥିବା ମାଛ ବହୁଳ ଭାବରେ କମିବାରେ ଲାଗିଲାଣି। ଏହାବ୍ୟତୀତ ଯେବେଠାରୁ ହାଇବ୍ରିଡ୍ ଧାନ ଅମଳ କରିବା ରେ ଲାଗିଲା ଏହାର ପ୍ରଭାବ ଚାଷ ଜମି ଉପରେ ପଡିଲା। ଜମିରେ ଭଲ ଅମଳପାଇଁ ଚାଷୀ ଜୈବିକ ସାର ବଦଳରେ ବିଭିନ୍ନ ପ୍ରକାରର ରାସାୟନିକ ସାର କୀଟନାଶକ ଔଷଧ ପ୍ରତେକ ମୁହୂର୍ତ୍ତ ରେ ବ୍ୟବହାର କରୁଥିବା ରୁ ଏହାର ପ୍ରଭାବ ରେ ମାଟି ଏବଂ ପାଣି ବିଷାକ୍ତ ହୋଇଯାଇଥାଏ। ଫଳରେ ଚାଷଜମି ରୁ ସହଜରେ ମିଳୁଥିବା ବିଭିନ୍ନ ପ୍ରକାରର ଚୁନାମାଛ ମିଳିବାରେ ଅସୁବିଧା ହେଲା। ଯାହାକି ଗରିବ ଚାଷୀ ପରିବାର ଉପରେ ପୃଷ୍ଟିର ଅଭାବ ଦେଖିବାକୁ ମିଳିଛି । ଏପରିକି ଡାକ୍ତର ଙ୍କ କହିବା ଅନୁଯାଇ ବିଲରୁ ମିଳୁଥିବା ମାଛ ରୁ ପ୍ରୋଟିନ, କ୍ୟାଲସିୟମ ଅଭାବ ଦୂର କରୁଥିବା ବେଳେ ଏବେ ଗ୍ରାମାଞ୍ଚଳର ଗୁଡିକ ରେ ଛୋଟ ଛୋଟ ମାଛ ନପାଇ ଅନେକ ସମୟରେ ଅପପୁଷ୍ଟି ର ଶିକାର ହେଉଥିବା ର ଲକ୍ଷ୍ୟ କରା ଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed