April 18, 2025

ଗାଁ ଗାଁ ରେ ପାଇଖାନା ଦୁର୍ନୀତି କୁ ନେଇ ବରଗଡ଼ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ 

Share

 

 

 

ବରଗଡ : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲାରେ ପାଇଖାନା ଦୁର୍ନୀତି । ସ୍ବାସ୍ଥ୍ୟ ହିଁ ସଂପଦ। ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ବାସ୍ଥ୍ୟର ସୁଧାର ଆସିଥାଏ। ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ସ୍ରୁଷ୍ଟି କରି ଆସୁଥିବାର ଜଣାଯାଏ। ବହୁଦିନ ପର୍ଯ୍ୟନ୍ତ ପାଇଖାନା ବ୍ୟବହାର ଓ ଏହାଦ୍ୱାରା ମଳକୁ ଖତ/କମ୍ପୋଷ୍ଟ ରେ ପରିଣତ କରି ସ୍ବାସ୍ଥ୍ୟ ସହିତ ଆର୍ଥିକ ବିକାଶ ଭାବନା ନେଇ ସରକାରଙ୍କ ରାଜ୍ୟ ଜଳ ଓ ପରିମଳ ମିଶନ ପତ୍ର ସଂଖ୍ଯା 3484 ତା.18.04.2018 ରେ ଜିଲ୍ଲାପାଳ, ବିଡିଓ ମାନଙ୍କୁ ବାର ହଜାର ଟଙ୍କାରେ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ ନିମନ୍ତେ ଆଦେଶ ଦେଇଥିଲେ। କିନ୍ତୁ ଅଧିକାଂଶ ଗ୍ରାମ ତଥା ବ୍ଳକରେ ଏକ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ କରାଯିବାସହ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାର ବିଲ୍ କରାଯାଇ ଥିବାର ଜଣାଯାଏ। ଏହା କେବଳ କୋଟି କୋଟି ଟଙ୍କାର ଦୁର୍ନୀତି ନୁହେଁ,ବରଂ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଲୋକଙ୍କୁ ରୁଗ୍ଣ କରି ଦୁର୍ବଳ କରାଯିବାର ଯୋଜନା ହୋଇ ପାରେ। ପାଇକମାଳ ବ୍ଲକ ର ସମ୍ବଲପୁରୀ,ସରେଇକେଲା,ଖଣ୍ଡସିବାଞ୍ଜି ଆଦି ଗ୍ରାମ ଓ ଭେଡେନ ବ୍ଳକର କିଛି ଗ୍ରାମ ଥୁଆପାଲି,ଭୋଇପାଲି,ଡୁଙ୍ଗୁରିପାଲି,ମହୁଲପାଲି,ଦାଲବ ରେ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ ହୋଇ ଥିବାର ଜଣାଯାଏ। ଗାଇସିଲେଟ ବ୍ଳକ, ଝାରବନ୍ଧ ବ୍ଳକ, ସୋହେଲା ବ୍ଳକ, ଅତାବିରା ବ୍ଳକ, ପଦ୍ମପୁର ବ୍ଳକ, ବରଗଡ ବ୍ଳକ, ବରପାଲି ବ୍ଳକ ରେ ସଂପୂର୍ଣ୍ଣ ଭାବରେ ଏକ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ କରାଯାଇ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାର ବିଲ୍ କରାଯାଇ ଥିବାର ଜଣାଯାଏ। କିଛି ସରକାରୀ ଅଧିକାରୀ ଗ୍ରାମାଞ୍ଚଳର ଲୋକମାନଙ୍କର ସ୍ବାସ୍ଥ୍ୟ ସହିତ ଖେଳିଥିବାର ଜଣାଯାଏ। ସରକାର ଏହି ବିଷୟକୁ ଗମ୍ଭୀରତାର ସହ ବିଚାରକୁ ନେଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ଲାକାର୍ଡ ମାଧ୍ୟମରେ ଵେଗରେ ଥିବା ସ୍ୱାସ୍ଥ୍ୟ ହଁ ସମ୍ପଦ

ଗାଁ ଗାଁ ରେ ପାଇଖାନା ଦୁର୍ନୀତି ପାଇଖାନା ଦୁର୍ନୀତି ଆମର ଦାବି ଵୋଲି ନାରା ଦେଇଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ତଥା ସମାଜସେବୀ ଆଶିଷ ଜ୍ୟୋତିଷ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

You may have missed