June 16, 2026

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୨୫ତମ ସ୍ମୃତିବାର୍ଷିକୀ। 

IMG-20240831-WA0056
Share

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ସ୍ଥିତ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟାଳୟ ପରିସରରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଗଙ୍ଗାଧର ପାଇକରାୟଙ୍କ ୨୫ତମ ସ୍ମୃତି ବର୍ଷିକୀ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଗଙ୍ଗାଧର ପାଇକରାୟ ସ୍ମୃତି ସଂସଦ ଓ ସିପିଆଇ,ବୋଲଗଡ଼ ଜୋନ୍ କମିଟି ଦ୍ଵାରା ଆୟୋଜିତ ସମାରୋହରେ ଶିକ୍ଷାବିତ କମ୍ରେଡ଼

ଦିବାକର ପରମଗୁରୁଙ୍କ ସଭାପତିତ୍ୱରେ ଐତିହାସିକ ରବୀନ୍ଦ୍ର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟବକ୍ତା କମ୍ରେଡ଼ ସୁମନ୍ତ ଛୋଟରାୟ ଯୋଗଦେଇ ସ୍ବର୍ଗତ ପାଇକରାୟ ୧୯୧୫ ମସିହାରେ ନିକଟସ୍ଥ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଓ ମାଟ୍ରିକ ଶିକ୍ଷାପରେ କଂଗ୍ରେସରେ ଯୋଗଦେଇ ବହୁବାର କାରାବରଣ କରିଥିଲେ ଓ ୧୯୩୬ ମସିହାରେ ପାଟନାସ୍ଥିତ କ୍ୟାମ୍ପ ଜେଲରେ ବନ୍ଦୀ ଜୀବନ ଯାପନ କରିଥିଲେ।ତେବେ ପରବର୍ତ୍ତୀ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ବୋଲଗଡ଼- ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ୧୯୫୧, ୧୯୬୧,୧୯୬୭ ଓ ୧୯୭୧ ମସିହାରେ ଏହିପରି ୪ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀଛୋଟରାୟ ସୂଚନା ଦେଇଥିଲେ।ସେହିପରି ସଂମ୍ମାନୀତ ଅତିଥି ଭାବେ କମ୍ରେଡ଼ ଅମୀୟ ପଟ୍ଟନାୟକ,ହରିବନ୍ଧୁ ସାହୁ,ବସନ୍ତ ମଞ୍ଜରୀ ପରମଗୁରୁ ଓ ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ବୈକୁଣ୍ଠ ମହାରଣା,ପୁରୁଷୋତ୍ତମ ବେହେରା,ଗଗନ ନାୟକ,ଧନୁର୍ଜ୍ଜୟ ନାୟକ,ପ୍ରଫୁଲ୍ଲ ପାଳ ଓ ଅର୍ଜୁନ ମହାନ୍ତିଙ୍କ ସମେତ ବହୁ କମ୍ରେଡ଼ ଯୋଗଦେଇ ଥିଲେ।ପରିଶେଷରେ ବେଗୁନିଆ ସିପିଆଇ ସମ୍ପାଦକ ଲକ୍ଷ୍ମଣ ସେଠୀ ଧନ୍ୟବାଦ

ଦେଇଥିଲେ।

 

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।