ଉମରକୋଟ ଅନ୍ତର୍ଗତ ବେହେଡା ପଂଚାୟତର ନୂଆଗୁଡା ଗ୍ରାମରେ ବି.ଜେ.ପି. ର ବେହେଡା ମଣ୍ଡଳର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ………..
ଉମରକୋଟ:-(ଏମ୍ ଦିନା°ଶୁ ଆଚାରୀ)୨୮/୦୮/୨୦୨୪ ଆଜି ଉମେରକୋଟ ବ୍ଲକର ବେହେଡା ପଂଚାୟତର ନୂଆଗୁଡା ଗ୍ରାମରେ ବେହେଡା ମଣ୍ଡଳର ପାଞ୍ଚ ଗୋଟି ପଂଚାୟତର ଭାରତୀୟ ଜନତା ପାର୍ଟିର ମୁଖ୍ୟ ଦଳୀୟ କର୍ମୀଙ୍କୁ ନେଇ ଏକ ସଭ୍ୟ ସଂଗ୍ରହ ନିମନ୍ତେ କର୍ମଶାଳା ଆୟୋଜନ କରାଯାଇଥିଲା।ଏହି କର୍ମଶାଳାରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଶ୍ରୀ ରାମ ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଥିବା ବେଳେ ସ୍ନମାନିୟ ଅତିଥି ଭାବେ ବେହେଡା ମଣ୍ଡଳ ସଭାପତି ଶ୍ରୀ ଧନୁର୍ଜ୍ୟ ପରଜା,ବରିଷ୍ଠ କର୍ମୀ ମାନ ଦାସ ପନକା ଓ ଶ୍ରୀ ବାଲ ଚାନ୍ଦ ଭତ୍ରା,ଶ୍ରୀ ଦିନେଶ ବିଶ୍ୱାସ,ମାଞ୍ଚସିନ ଥିଲେ।ଏହି କର୍ମଶାଳା କାର୍ଯ୍ୟକ୍ରମ ରେ ସଭପତିତ୍ୱ କରିଥିଲେ ଧନୁର୍ଜୟ ପରଜାଓ ଏହାକୁ ପରିଚାଳନା କରିଥିଲେ ଶ୍ରୀ ମୁନା ପାଣିଗ୍ରାହୀ।ବୈଠକର ଆରମ୍ଭରେ ମାଞ୍ଚସିନ ଅତିଥି ମାନେ ଭାରତ ମାତା ଓ ଦିନଦାୟଲ ଉପାଧ୍ୟାୟ ଙ୍କ ଫୋଟୋଚିତ୍ର ରେ ପୁସ୍ପାଞ୍ଜଳି ସହ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହିକାର୍ଯ୍ୟ କ୍ରମରେ ପ୍ରାୟ ଏକଶହ ପଚାଶ କର୍ମୀ ମାନେ କର୍ମଶାଳାରେ ଯୋଗଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ରାମ ନାୟକ କର୍ମଶାଳାର ଉଦ୍ୟଶ ସମ୍ଭନ୍ଧେ କହିଥିଲେ ଜଣେ ଜଣେ କର୍ମୀ ନିଜ ପଂଚାୟତରେ ଅତ୍ୟନ୍ତ ଶହେ ଜଣଙ୍କୁ ଭାରତୀୟ ଜନତା ପାର୍ଟିର ନୂତନ ସଭ୍ୟ ରୂପେ ସାମିଲ କରିବାକୁ ପଡିବ।ଯଉଁ କର୍ମୀ ଶହେ ଜଣକୁ ଦଳରେ ସାମିଲ କଲେ ସେହି କର୍ମୀ ଦଳରେ ସକ୍ରିୟ ସଭ୍ୟ ରୂପେ ବିବେଚିତ ହୋଇପାରିବ।ଏହି ନୂତନ ସଭ୍ୟ ସଂଗ୍ରହ ରେ କିଛି ପାଉଣା ଦେବାକୁ ପଡିବ ନାହିଁ। ଯେଉଁମାନେ ସକ୍ରିୟ କର୍ମୀ ସେମାନେ ଦଳକୁ ଏକଶହ ଟଙ୍କା ଦେବାକୁ ପଡିବ।ଏହି ସଭ୍ୟ ସଂଗ୍ରହ କରିବା ନିମନ୍ତେ ନୂତନ ସଭ୍ୟର ମୋବାଇଲ ନମ୍ବରକୁ ୮୮୦୦୦୦୨୦୨୪ନମ୍ବରକୁ କଲ କରିବାକୁ ପଡିବ,ଏହା କିଛି ସମୟ ରିଙ୍ଗ ହେଲାପରେ ଆପେ ଆପେ ରିଙ୍ଗ ବନ୍ଦ ହୋଇଯିବ।ଏହାପରେ ସେହି ବ୍ୟକ୍ତି ଆପେ ପାର୍ଟିର ସଦସ୍ୟତା ହୋଇପାରିବ।ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ଏକ ତାରିଖରୁ ଅରମ୍ବ ହୋଇ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେଶେଷ କରିବାକୁ ରାଜ୍ୟର ନିର୍ଦେଶ ରହିଛି। ଏହି କାର୍ଯ୍ୟକର୍ମରେ ଦଳର ବରିଷ୍ଠ କର୍ମୀ ଶ୍ରୀ ଲାଇବାନ କାଲାର, ,ଅରକ୍ଷିତ ପୂଜାରୀ, ଲଖମନ ଭତ୍ରା, ଭକ୍ତୁ ଭତ୍ରା ଙ୍କ ସହ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।