November 15, 2024

ମରଣ ଯନ୍ତା ରେ ବିଷମକଟକ ଠାରୁ ଡୁକୁମ ରାସ୍ତା ପାଲଟିଛି l 

Share

 

 

ରାୟଗଡା :ରାୟଗଡା ଜିଲ୍ଲା ବିଷମକଟକ ଠାରୁ ଝିଗିଡି, ନିରୁଗୁଣ୍ଡି, ଡୁକୁମ ଦେଇ ରାସକୋଲl ଓ ଗୁଡାରି ସଂଯଗ କରୁଥିବା ଏକ ମାତ୍ର ରାସ୍ତା ଏବେ ମରଣ ଯନ୍ତାରେ ପାଲଟିଛି l ପ୍ରତିଦିନ ହଜାର ହଜାର ସଂଖ୍ୟରେ ଲୋକ ମାନେ ନିଜର ଦୈନଦିନ କାର୍ଯ୍ୟ ଓ ବ୍ୟବସାୟ କରୁଥିବା ବେଳେ ଦୁର୍ଘଟଣା ର ଶିକାର ହେଉଛନ୍ତି l ବିଶେଷ କରି ଜାନ,ବlହlନ ଓ ଲୋକମାନଙ୍କ ସହ ସ୍କୁଲ, କଲେଜ ଛାତ୍ର,ଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବା ଆସିବା ବେଳେ ଅନେକ ସମସ୍ୟା ର ସମୁଖୀନ ହେଉଛନ୍ତି l ଏହି 4ଟି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ ରେ ଏହି ରାସ୍ତା ଦେଇ ସମସ୍ତ ସରକାରୀ ବିଭାଗର ଅଫିସ ର ଓ ପୂର୍ବତନ ମନ୍ତ୍ରୀ ଘର ଏହି ରାସ୍ତା ରେ ଯାତାୟତ କରିନ୍ତି କିନ୍ତୁ ଏହି ରାସ୍ତାର ସଚନୀୟ ଅବସ୍ଥା ଦେଖି ଆଜି ପର୍ଯ୍ୟନ୍ତ ମରାମତି ଉପରେ କୌଣସି ଦୁଷ୍ଟି ଦେଉନାହାନ୍ତି ସରକାରୀ ବିଭାଗ l ଫଳରେ ବ୍ଲକ ଓ ତହସିଲ କାର୍ଯ୍ୟାଳୟ କୁ ଅନେକ ଲୋକ ମାନେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି l ହେଲେ ଏକ ମାତ୍ର ମୁଖ୍ୟ ରାସ୍ତା ର ଅବସ୍ଥା ଏମିତି ସଚନୀୟ ହେଇଛି ଯେ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ ଜଣାଇଲେ ବି ଏହି ରାସ୍ତା ର ମରାମତି ଆଜି ଯାଏ ବୁଝୁନାହାନ୍ତି l ଏହି ରାସ୍ତା ରେ ଯାତାୟତ କରିଛି ଯିଏ ଏହି ରାସ୍ତାର ଭଲମନ୍ଦ ଜାଣିଛି ସିଏ ଉକ୍ତ ରାସ୍ତା ଉପରେ ସବୁବେଳେ ଝିଗିଡି, ଡୁକୁମ, ରାସକୋଲା, ସାହାଡ଼ା ଏମିତି 4ଟି ପଞ୍ଚାୟତର ଜନସାଧାରଣ ମାନେ ନିର୍ଭର କରନ୍ତି l ମାତ୍ର ଦୀର୍ଘ ଦିନହେବ ଉକ୍ତ ରାସ୍ତା ରୁ ପିଚୁ ଗୁଡିକ ଉଠି ଯାଇ ରାସ୍ତାରେ ବଡ଼ ବଡ ଗାତ ସୃଷ୍ଟି ହୋଇଛି l ଫଳରେ ଆଜିକାଲି ବର୍ଷାପାଣି ଓ ଡ୍ରେନେଜ ମହିଳା ପାଣି ଗାତ ମାନଙ୍କରେ ପୁର୍ଣ ହେବାରୁ ଗାଡି ଚାଳକ ମାନେ ଜାଣି ନ ପାରି ଦୁର୍ଘଟଣାର ଶିକାର ହେଉଛନ୍ତି l ପ୍ରକାଶ ଥାଉକି ଏଥି ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଙ୍କୁ ଝିଗିଡି ସରପଞ୍ଚ ଅଜିତ ସାରକା ଏବଂ ଡୁକୁମ ସରପଞ୍ଚ କିରଣ ସାରକା ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତାର ମରାମତି ପ୍ରଶାସନ କରୁନାହାନ୍ତି l ଏ ନେଇ ଡୁକୁମ ପଞ୍ଚାୟତ ର ୱlର୍ଡ ମେମ୍ବର ଏହି ରାସ୍ତାର ମରାମତି ପାଇଁ ନୂତନ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ନିକଟରେ ଅଭିଯୋଗ କରି ତୁରନ୍ତ ରାସ୍ତା ର ମରାମତି କରିବା ପାଇଁ ନିବେଦନ କରିଛନ୍ତି l ଜିଲ୍ଲା ପ୍ରଶାସନ ଏଥର ଉକ୍ତ ରାସ୍ତା କୁ ତୁରନ୍ତ ମରାମତି କରା ନ ଯାଏ ତେବେ ଆଗାମୀଦିନରେ ରାସ୍ତା ରକ ଆନ୍ଦାଳନ କରିବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ