November 15, 2024

ସ୍ୱାଧୀନତା ସଂଗ୍ରାମୀ ସହିଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀରେ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ଔଷଧ ବଣ୍ଟନ..

Share

ଛତ୍ରପୁର -ତା ୨୪-୦୮-୨୦୨୪ ରିଖ(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ବିପୁଲିଙ୍ଗି ପଂଚାୟତ ର କରା ତଳି ଗ୍ରାମରେ ଶନିବାର ସ୍ୱାଧୀନତା ସଂଗ୍ରାମୀ ସହିଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀ ଅବସରରେ ଦିବ୍ୟଜୀବନ ସଂଘର ସଭାଗୃହ ସ୍ୱାମୀ ଚିଦାନନ୍ଦ ଜନ୍ମ ଶତବାର୍ଷିକ ସ୍ୱାଧ୍ୟାୟ କେନ୍ଦ୍ରରେ ଦିବ୍ୟ ଜୀବନ ସଂଘ,ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ହସ୍ପିଟାଲ ଓ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର ତଥା ଔଷଧ ବିତରଣ କାର୍ଯ୍ୟକ୍ରମ କରାତଳି ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।

୧୨ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇଥିବା ଏହି ଶିବିର ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୨ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ମନ୍ଦିର ରାମଚଣ୍ଡୀ ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ତ୍ରିପତି ବାଲାଜି ମିଶ୍ର ସୁଚାରୁରୂପେ ପରିଚାଳନା କରିଥିଲେ ତଥା ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ପୂଜା କମିଟି ସହ-ସଂଯୋଜକ ତୁଷାର ଶତପଥୀ, ସନ୍ତୋଷ ପଣ୍ଡା, ଲସିତ ବରଣ ବେହେରା (ଓକିଲ), ମନୋଜ ମିଶ୍ର, ଦିବ୍ୟ ଜୀବନ ସଂଘ କରାତଳି ଶାଖାର ସଭାପତି ସୋମନାଥ ପଢ଼ିଆରୀ, ସମ୍ପାଦକ ରାଜେନ୍ଦ୍ର ନାହାକ, ସମାଜସେବୀ ତଥା ରୋଟାରିଆନ ନିରଞ୍ଜନ ପାତ୍ର, ଏସ. ରାମକୃଷ୍ଣ ରେଡ୍ଡୀ, ଦିନେଶ ମହାନ୍ତି ଓ ଦୀପକ ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗର ହାଥ ବଢାଇଥିଲେ l ସୂଚନାଯୋଗ୍ୟ ଯେ, ଆଜିର ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ବିପୁଳିଙ୍ଗୀ ପଞ୍ଚାୟତର ଶତାଧିକ ଵ୍ୟକ୍ତି ବିଶେଷଙ୍କୁ ଔଷଧ ତଥା ଚିକିତ୍ସା ଯୋଗାଇ ସୂଚନା ମନ୍ଦିର କମିଟିର ସଂଯୋଜକ ଶ୍ରୀ କମଲ ପଣ୍ଡା ଜଣାଇଥିଲେ l