October 29, 2026

ବ୍ଲକସ୍ତରୀୟ ପି .ପି. ଆର୍ (ଛେଳି ମଡକ )ରୋଗ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

IMG-20240823-WA0046
Share

 

ରାମନାଗୁଡ଼ା ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯକ୍ରମ୨୦୨୩-୨୪ ଆନୁକୁଲ୍ୟରେ ପି .ପି. ଆର୍ (ଛେଳି ମଡକ) ରୋଗ ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାମନାଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ୩୦ ଜଣ ଛେଳି ଚାଷୀ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ନରେଶ ଚନ୍ଦ୍ର ଜେନା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ(ରୋଗ ନିୟନ୍ତ୍ରଣ) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଗୁଣୁପୁର ଓ ଡାକ୍ତର ବିପ୍ର ଚରଣ ବେହେରା ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ(ପ୍ରାଣୀ ମଙ୍ଗଳ) ଯୋଗଦାନ କରିଥିଲେ । ସର୍ବ ପ୍ରଥମେ ଡାକ୍ତର କୃଷ୍ନାନନ୍ଦ ବେହେରା ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମନଗୁଡl ସମସ୍ତଙ୍କୁ ସ୍ବାଗତ କରିବା ସହିତ ପି .ପି. ଆର୍ (ଛେଳି ମଡକ) ରୋଗ ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ।ତାପରେ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ ଏହି ରୋଗର କାରଣ,ଲକ୍ଷଣ ଓ ଏହାର ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା (ଟୀକା) ଶ୍ରେୟସ୍କର ବୋଲି ମତ ରଖିଥିଲେ।ଏହା ଏକ ଭୁତାଣୁ ଜନିତ ସଂକ୍ରାମକ ରୋଗ।ଛେଳି ମାନଙ୍କୁ ଏହି ରୋଗ ହେଲେ ଶରୀରର ଉତ୍ତାପ ବଢିବା ସଙ୍ଗେ ସଙ୍ଗେ ପତଳା ଝାଡା ହୋଇଥାଏ।ନାକରୁ ସିଂହାଣୀ ବହିବା ସହିତ ଆଖିରୁ ନେଞ୍ଜରା ବୋହିଥାଏ ।ଓଠ ମାଢ଼ି ଓ ମୁହଁ ଭିତରେ ଘା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ନିଃଶ୍ୱାସ ପ୍ରସ୍ୱାସ ନେବାରେ ରେ କଷ୍ଟ ଅନୁଭବ ହୋଇଥାଏ ଓ ଶେଷରେ ଛେଳି ଟି ମୃତ୍ୟୁ ବରଣ କରିଥାଏ।ତେଣୁ ଏହି ରୋଗ ନ ହେବା ପାଇଁ ସମସ୍ତ ସୁସ୍ଥ ଛେଳି ମାନଙ୍କୁ ଟୀକା କରଣ କରିବା ପାଇଁ ଉପସ୍ଥିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସେ ଉପଦେଶ ଦେଇଥିଲେ।ଯେହେତୁ ଏହା ଏକ ସଂକ୍ରାମକ ରୋଗ ତେଣୁ ରୋଗଗ୍ରସ୍ତ ଛେଳିମାନଙ୍କୁ ସୁସ୍ଥ ଛେଳି ମାନଙ୍କ ଠାରୁ ଅଲଗା ରଖିବାକୁ ଡାକ୍ତର ବିପ୍ର ଚରଣ ବେହେରା ପରାମର୍ଶ ଦେଇଥିଲେ।ଏହି ରୋଗ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉପସ୍ଥିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଏହି ରୋଗର ଲିଫ୍ଲେଟ ବଣ୍ଟନ କରାଯାଇଥିଲା।ସର୍ବ ଶେଷରେ ଡାକ୍ତର ପାର୍ଥସାରଥୀ ସ୍ୱାଇଁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ରାମନଗୁଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।

 

ରିପୋର୍ଟ ସଞ୍ଜିବ୍ କୁମାର ଦାଶ

You may have missed