ବିଜେଡି ପକ୍ଷରୁ ବ୍ଲକ ଘେରାଉ … 

IMG-20240823-WA0012
Share

 

 

ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ର ସରକାର ନିର୍ବାଚନ ଇସ୍ତାହାର ରେ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଭ୍ରାଟ ସୃଷ୍ଟି କରିଥିଲେ ବୋଲି ନାରାବାଜି ହୋଇଛି। ଆଜି ଦିନ ୧୧ ଘଣ୍ଟା ସମୟରେ ମୋହନା ବିଜୁ ଜନତା ଦଳ ପକ୍ଷରୁ ମୋହନା ହାଇସ୍କୁଲ ଛକ ଠାରୁ ପଦଯାତ୍ରା ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବର୍ତ୍ତମାନର ବିଜେପି ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର କରିଥିଲେ। ବିଜେପି ଯେଭଳି ଭାବେ କି ପ୍ରତିଶ୍ରୁତି ଦେଇଥିଲା ଓଡ଼ିଶାର ଲୋକଙ୍କୁ ୩୦୦ ୟୁନିଟ ବିଜୁଳି ମାଗଣା ସହ ଅନେକ ସ୍ବପ୍ନ ଦେଖାଇ ଥିଲା। ସେହି ପ୍ରତିଶ୍ରୁତି ଗୁଡ଼ିକ କେବେ ମିଳିବ ବୋଲି ବିକ୍ଷୋଭ ରେ ନାରାବାଜି କରିଛି ବିଜେଡି ଦଳ, ମଦ ବିକ୍ରୀ କେବେ ବନ୍ଦ ହେବ, ସୁଭଦ୍ରା ଯୋଜନା ମହିଳା ମାନଙ୍କୁ କେବେ ମିଳିବ ତାହା ସହ ରାଜ୍ୟ ରେ ଲାଗିରହିଥିବା ଆଳୁ ସମସ୍ୟା କେବେ ଦୁର ହେବ ପ୍ରଭୃତି ଦାବୀ କରି ସେଗୁଡିକ କେବେ ପୁରଣ ହେବ ତାହା ମୋହନା ବିଡ଼ିଓ ରାଜୀବ ଦାସ ଙ୍କୁ ଲିଖିତ ଅଭିଯୋଗ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

You may have missed