ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ
ବେଲଗୁଣ୍ଠା, 22/08, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ୟୁନିଟ୍ ର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସର ଏବଂ ରାସ୍ତା ପାର୍ଶ୍ବରେ 153 ଟି ବିଭିନ୍ନ ଔଷଧିୟ ଏବଂ ଫଳ ଚାରା ରୋପଣର କରିଥିଲେ I କାର୍ଯ୍ୟକ୍ରମରେ ଆମ୍ବ,ନଡ଼ିଆ,ଗୁଆ, ଅର୍ଜୁନ,ଅଶୋକ, ବଉଳ, ଅଶ୍ଵଗନ୍ଧା,ନିମ୍ବ, କରଞ୍ଜ,ଅଁଳା ଭଳି ବିଭିନ୍ନ ରକମର ବୃକ୍ଷରୋପଣ କରାଯାଇଥିଲା I ଏହା ସହିତ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯାଇ ଏହାକୁ ନିଜ ମାଆଙ୍କ ନାମରେ ରୋପଣ କରିବା ସହିତ ଏହାର ଉପଯୁକ୍ତ ଯତ୍ନ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା I ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ପରିବର୍ତ୍ତିତ ଜଳବାୟୁର ନିୟନ୍ତ୍ରଣ ସକାଶେ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ