June 18, 2026

ବ୍ରହ୍ମା କୁମାରୀ ନବରଙ୍ଗପୁର ସେବା କେନ୍ଦ୍ରରେ ରକ୍ଷା ବନ୍ଧନ ପର୍ବ ପାଳନ..

IMG-20240822-WA0024
Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ନବରଙ୍ଗପୁର ଦିବ୍ୟଜ୍ୟୋତି ଭବନ ରେ ରକ୍ଷା ବନ୍ଧନ ର ପର୍ବ ମହା ଧୂମଧାମ ରେ ପାଳନ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ମାନ୍ୟବର ବିଧାୟକ ଭ୍ରାତା ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୂଖ୍ୟ ଅତିଥି ରୂପରେ ଯୋଗ ଦେଈ ନାରୀ ଜାତିକୁ ମାତା ବା ଭଉଣୀ ଦୃଷ୍ଟିରେ ଦେଖି ଉପଯୁକ୍ତ ସମ୍ମାନ ଦେବା ପ୍ରତ୍ୟେକ ପୁରୁଷ ଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ। ଏତ ବ୍ୟତୀତ ନବରଙ୍ଗପୁର ର ଅତିରିକ୍ତ ଜିଲ୍ଲାପାଳ ଭ୍ରାତା ନବୀନ ଚନ୍ଦ୍ର ନାୟକ ସମ୍ମାନନିୟ ଅତିଥି ରୂପରେ ଯୋଗ ଦେଇ ବ୍ୟକ୍ତ କରିଥିଲେ ଯେ ରକ୍ଷା ବନ୍ଧନ ପର୍ବ ଭାଇ ଭଉଣୀ ମଧ୍ୟରେ ଅନାବିଳ ସ୍ନେହ ର ପ୍ରତୀକ ଅଟେ।ଆଜି ସମାଜରେ ପ୍ରତ୍ୟେକ ବର୍ଗ ର ବ୍ୟକ୍ତି ଏହି ପର୍ବ କୁ ବଡ ଧୁମ୍ ଧାମରେ ପାଳନ କରିଛନ୍ତି। ତତ୍ ସହିତ ନବରଙ୍ଗପୁର ଉପଜିଲ୍ଲା ଭ୍ରାତା ଶ୍ରୀଯୁକ୍ତ ପ୍ରକାଶ କୁମାର ମିଶ୍ର ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ବିଶ୍ୟ ଭାତୃତ୍ୱର ଭାବକୁ ପ୍ରତିଷ୍ଠା କରିବା ଦିଗରେ ରକ୍ଷା ବନ୍ଧନ ପର୍ବ ଏକ ବଳିଷ୍ଠ ମାଧ୍ୟମ ଅଟେ।ଆଜି ସମାଜରେ ସବୁ ଧର୍ମର ବ୍ୟକ୍ତି ମଧ୍ୟ ଏହି ପର୍ବ କୁ ଖୁସିର ସହିତ ପାଳନ କରୁଛନ୍ତି।ସମସ୍ତ ନାରୀ ଜାତି ପ୍ରତି ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନ ଦୃଷ୍ଟିରେ ଦେଖିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମା କୁମାରୀ ଗୀତା ଭଉଣୀ ରକ୍ଷାବନ୍ଧନ ପର୍ବ ର ଆଧ୍ୟାତ୍ମିକ ରହସ୍ୟ କୁ ଉନ୍ମୋଚନ କରିଥିଲେ। ନବରଙ୍ଗପୁର ସେବା କେନ୍ଦ୍ର ସଞ୍ଚାଳିକା ବ୍ର.କୁ.ନମିତା ଭଉଣୀ ଓ ରାକ୍ଷୀ ଭଉଣୀ ଅତିଥି ମାନଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା କରି ଆତ୍ମ ସ୍ମୃତି ର ତିଳକ ଦେବା ସହ ମୁଖ ମିଠା କରି ପବିତ୍ର ରାକ୍ଷୀ ବାନ୍ଧି ଥିଲେ।

ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସହର ର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପସ୍ଥିତ ରହି ଦୈବୀ ଭଉଣୀ ମାନଙ୍କ ଦ୍ୱାରା ରାକ୍ଷୀ ବାନ୍ଧିଥିଲେ ଏବଂ ପରିଶେଷରେ ସମସ୍ତେ ଭୋଗ ସ୍ବୀକାର କରିଥିଲେ।ତତ୍ ସହିତ ବ୍ର.କୁ.ଅଭିଜିତ,ବ୍ର.କୁ.କପିଲ, ବ୍ର.କୁ.ଗିରିଶ,ବ୍ର.କୁ.ବିଦ୍ୟାଧର,ବ୍ର.କୁ.ବିଜୟ,ବ୍ର.କୁ.ରଘୁନାଥ, ବ୍ର.କୁ.ସରୱେଶ୍ୱର,ବ୍ର.କୁ.ପ୍ରବୀଣ,ବ୍ର.କୁ.ସୁନିଲ,ବ୍ର.କୁ.ଗଣେଶ, ବ୍ର.କୁ.ବିଷ୍ଣ,ବ୍ର.କୁ.ମୀରା ଅନେକ ବ୍ରହ୍ମା କୁମାରୀ ବ୍ରହ୍ମା କୁମାର ଭାଇ ଭଉଣୀ ମାନେ ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ରକ୍ଷାବନ୍ଧନ ର ଆଧ୍ୟାତ୍ମିକ ରହସ୍ୟ କୁ ଜନ ମାନସରେ ପହଞ୍ଚାଇବା ପାଇଁ ବ୍ରହ୍ମା କୁମାରୀ ଭଉଣୀ ମାନେ ସହରର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଯଥା ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ,ଜିଲ୍ଲା ଦୌରା ଜଜ୍ ଓ କାର୍ଯ୍ୟାଲୟ ର ,ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ,ଆଞ୍ଚଳିକ ପରିବହନ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପ୍ରିନ୍ସିପାଲ, ସ୍କୁଲ କଲେଜ ସମସ୍ତ କର୍ମଚାରୀ ମାନଙ୍କୁ, ପବିତ୍ର ରାକ୍ଷୀ ବନ୍ଧାଯାଇଥିଲା ।

You may have missed