September 24, 2026

ଜଗନ୍ନାଥ୍ ପଞ୍ଚରାତ୍ର ଉଦଯାପିତ ସନ୍ଧ୍ୟାରେ ଯୋଗଦେଲେ ମା’ଶାରଳାଙ୍କ ସେବାୟତ  

IMG-20240822-WA0007
Share

      ଜଗତସିଂହପୁର ::-ପଶ୍ଚାତ୍ୟ ଦେଶ ମାନଙ୍କରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ, ଆଜି ଆମେ ସେହି ମହାନ ଆଧ୍ୟାତ୍ମିକତାକୁ ଭୁଲି ଯାଉଛୁ !ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଜାତିର ଗର୍ବ ଗୌରବ ଶ୍ରୀ ଜଗନ୍ନାଥ ଙ୍କ ପାଇଁ ଆଜି ଓଡିଶା ରାଜ୍ୟ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ! ଏହା କଣ ଓଡ଼ିଶାର ପରମ୍ପରାକୁ ପ୍ରଚାର କରୁନାହିଁ କି? ଏଇ ମନ୍ତବ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜ ଜୀ ଉପସ୍ଥିତ ଭକ୍ତ ମାନଙ୍କୁ ପ୍ରଦାନ କରିଛନ୍ତି !ଖବର ଅନୁସାରେ ଗତ ୧୭ ତାରିଖ ରୁ ଆରମ୍ଭ ହେଇଥିବା, ଜଗନ୍ନାଥ ପଞ୍ଚରାତ୍ର ୨୧ ତାରିଖ ଦିନ ବିଳମ୍ବିତ ରାତ୍ରୀରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହି ଦ୍ୱିତୀୟବାର୍ଷିକ ଜଗନ୍ନାଥ ପଞ୍ଚରାତ୍ର, ମନ୍ଦିର ର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଯାଇଛି !ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବଚକ, ବାବା ସତ୍ୟାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ, ଉଦଘାଟନ ରେ ଯୋଗଦେଇଥିଲେ ଅତିଥି ଭାବରେ ଆମନ୍ତ୍ରଣ ହୋଇଥିବା ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ, ବିଶ୍ୱରଂଜନ ରାଉଳ, ହରେକୃଷ୍ଣ ରାଉଳ ଙ୍କ ସହିତ ମାଆଙ୍କ ସିଂହାରୀ ସେବକ ଅଶୋକ କୁମାର ରାଉଳ । ବ୍ୟାସ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହି ପରମ୍ପରାକୁ ସୁଦୂର ପ୍ରସାରି କରିବା ପାଇଁ, ଜଗନ୍ନାଥ ପଞ୍ଚରାତ୍ର ର କର୍ମକର୍ତ୍ତା ମାନେ ଭାରତ ର ପ୍ରସିଦ୍ଧ ଦେବଦେବୀ ଙ୍କ ପୀଠ ସ୍ଥଳି ରେ, ଜଗନ୍ନାଥ ପଞ୍ଚରାତ୍ର ର ଆୟୋଜନ କରିଚାଲିଛନ୍ତି। ସିଦ୍ଧଳ ରେ ବିଗତ ବର୍ଷ ଠାରୁ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ସମସ୍ତ ଜଗନ୍ନାଥ ସଂସ୍କୃତି ପ୍ରେମୀ ମାନଙ୍କୁ ମଧ୍ୟ ବାବା ସତ୍ୟାନନ୍ଦ ଜୀ ଉଚ୍ଚପ୍ରଶଂସା କରିଥଲେ । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ କାଳୀକିଙ୍କର ଆଚାର୍ଯ୍ୟ, ଅଜୟ କୁମାର ଦାଶ, ଡ଼ଃ ସୁରେନ୍ଦ୍ରନାଥ ତ୍ରୀପାଠୀ , କିଶୋର ଦାଶ , ପଣ୍ଡିତ ପାଫୁଲ କୁମାର ସାହୁ , ସୁରେନ୍ଦ୍ର ସାହୁ, ଆଶିଷ ମହାପାତ୍ର, ସୁଶାନ୍ତ ବେହେରା, ସାରଦା ବେହେରା , ଅଜୟ କୁମାର ଦାଶ , ଶାରଦା ପ୍ରସନ୍ନ ସାହୁ , ଶୁକଦେବ ବେହେରା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !