November 15, 2024

କିବା ରାତି କିବା ଦିନ ବିଦ୍ୟୁତ୍ କଟୁଛି ଘନ ଘନ।  

Share

 

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ବ୍ଲକର ୪ ଗୋଟି ପଞ୍ଚାୟତକୁ ନୟାଗଡ ଜିଲ୍ଲା ଅନ୍ତର୍ଗତ ଇଟାମାଟି ସ୍ଥିତ ରାଜପାଟଣା ଗ୍ରାମ ଠାରେ ଥିବା ଉଚ୍ଚ ବିଦ୍ୟୁତ ଜଙ୍କସନ୍ ଠାରୁ ବିଦ୍ୟୁତ୍ ବିତରଣ କରୁଅଛି।ବୋଲଗଡ ବ୍ଲକଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦୁତ୍ କାଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ମାସ ୫ ଦିନ ଧରି ପ୍ରତିଦିନ ୧୦ ଥର ଠାରୁ ଅଧିକ ଅଘୋଷିତ ବିଦ୍ୟୁତ କାଟ ଦ୍ବାରା ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷୁରୁ ନୀରବ ଛିନ ବିଦୂତ୍ ସେବା ଯୋଗାଇବା ନିର୍ଦ୍ଦେଶ ଥିଲେ ମଧ୍ୟ ଟାଟା ପାୱାର ବୋଲଗଡ ବ୍ଲକ ଅଞ୍ଚଳରେ ବିଫଳ ହେବା ଉପଭୋକ୍ତା ମାନେ ପ୍ରକାଶ କରିଛନ୍ତି।ବିଦୁତ୍ ଶକ୍ତି ବିନା ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବାରେ ସମସ୍ୟା,ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ପ୍ରଭାବିତ, ରୋଗୀ ମାନେ ବିଶ୍ରାମ ନେବାରେ ବ୍ୟାହତ ସହିତ ବିଦୂତ୍ ଦ୍ଵାରା ବିଭିନ୍ନ ଜରୁରୀ କାର୍ଯ୍ୟ ଠପ୍ ହୋଇପଡୁଛି। ଗୋଡିଭଙ୍ଗା ,ସଂପୁର, ଫିରିଫିରା, କଳାଙ୍ଗ, ଖଙ୍ଗୁରିଆ ଆଦି ବହୁ ଗ୍ରାମ ଗୁଡିକରେ ବାରମ୍ବାର ବିଦୁତ୍ କାଟ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଭାଦ୍ରବ ମାସର ଦିନବେଳା ଗୁଳୁଗୁଳି ପ୍ରବଳ ହେଉଥିବା ବେଳେ

ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବଡ ସମସ୍ୟା ଦେଖାଦେଇଛି। ବୋଲଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦୁତ୍ କାଟ ନେଇ

ଟାଟା ପାୱାର ବିଦୁତ କମ୍ପାନୀର ମନମାନି ପଦାରେ ପଡ଼ିଛି ।ବିଦ୍ୟୁତ କାଟ ପୂର୍ବରୁ ଜନସାଧାରଣ ମାନଙ୍କ

ଅବଗତ ନିମନ୍ତେ ସୂଚନା ଦେବା ବାଧ୍ୟତା

ମୂଳକ ଅଟେ। ବିନା ସୂଚନାରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ

ଆଇନ ବିରୋଧ ଥିବା ବେଳେ କମ୍ପାନୀ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କଠୋର ଜୋରିମନା ଦେବାର ନିୟମ ରହିଛି । ବିଦୁତ ଗ୍ରାହକ ମାନଙ୍କୁ ୨୪ ଘଣ୍ଟିଆ ବିଦୁତ୍ ସେବା ଯୋଗାଇବା ବିଫଳ ନେଇ ଉପଭୋକ୍ତା ମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।