କୋଲକାତା ମହିଳା ଡାକ୍ତରଙ୍କୁ ନ୍ୟାୟ ଏବଂ ବଳାତ୍କାର ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ରାମନାଗୁଡା କୋଲକାତାରେ ଆର୍ ଜି କର ମେଡିକାଲ କଲେଜର କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଦୋଷୀଙ୍କୁ ତୁରନ୍ତ କଠୋର ଦଣ୍ଡ ପ୍ରଦାନ ନିମନ୍ତେ ଦାବି କରି, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ରେ ଯୁବ ସ୍ବେଚ୍ଛାସେବୀ ସଞ୍ଜିବ କୁମାର ଦାଶ,କିଶୋର ବେହେରା, ମଣ୍ଟୁ ମହ ଙ୍କ ତତ୍ୱାଧାନ ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ କର୍ମଚାରୀ ଓ ଜନସାଧାରଣ ମିଳିତ ଭାବେ ଏକ ତ୍ୱରିତ ହୋଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି କ୍ୟାଣ୍ଡେଲ ଶୋଭାଯାତ୍ରାଟି ହନୁମାନ ମନ୍ଦିର ନିକଟରୁ ବାହାରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ। ଏଥିରେ କୋଲକାତାରେ ହୋଇଥିବା ମହିଳା ଡାକ୍ତରଙ୍କୁ ନ୍ୟାୟ ପ୍ରତିବାଦରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ଏହି ଶୋଭାଯାତ୍ରାରେ ରାମନାଗୁଡା ଭାଜପା ମଣ୍ଡଳ ସଭାପତି ଚିନା କଣ୍ଡାଗରୀ,ଜିଲ୍ଲା ପରିଷଦ ସଭ୍ୟ ତାଙ୍କୁଡୁ ଶ୍ରୀଧର, ରାମନାଗୁଡା ଏସ ଆଇ ବାବୁଲା ପ୍ରଧାନ ,କଣ୍ଡାଜାମ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶର୍ମିଷ୍ଠା ମହାନ୍ତି, ଅମଡିଂ ସିଏଚଓ ଅନୁପମା ମହାଙ୍କୁଡ଼, କେରାଣ୍ଡିଗୁଡ଼ା ସିଏଚଓ ଶୁଭସ୍ମିତା ବଳିଆରସିଂ, ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ସୋଲେଭେଷ୍ଟାର ସରେନ, ଅଙ୍ଗନବାଡି କର୍ମୀ ସୁନିତା ମାଣ୍ଡାଙ୍ଗି,ସରପଞ୍ଚ ସୁଣ୍ଡଢାମୁଣି ଭାସ୍କର କାଡ୍ରାକା,ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ,ସନ୍ତୋଷ ରତ୍ନାଲୁ ଙ୍କ ସହ ଆୟୁଷ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀ ,, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡକ୍ଟର ଓ କର୍ମଚାରୀ,ରାମନାଗୁଡାର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ , ରାମନାଗୁଡାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ,ଯୁବ ଗୋଷ୍ଠୀଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମଚାରୀ ମାନେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ।