ଶାରଳାପୀଠ ଭାଗବତ ସପ୍ତାହର ଉଦଯାପନ ଉତ୍ସବର ମୂଖ୍ୟଅତିଥି,ପୁରୀ ବଡ଼ଠାକୁର ଙ୍କ ବାଡ଼ଗ୍ରାହୀ!

IMG-20240818-WA0016
Share

ତିର୍ତ୍ତୋଲ ::- ଝଙ୍କଡ଼ବାସିନୀ ମା’ଶାରଳା ଙ୍କ ପୀଠରେ ଆୟୋଜିତ ଭାଗବତ ସପ୍ତାହର ଏକାଦଶତମ ବାର୍ଷିକ ଉତ୍ସବ ଉଦଯାପନ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ, ପୁରୀ ଶ୍ରୀକ୍ଷେତ୍ର ବଡ଼ଠାକୁର ବଳଭଦ୍ର ଦେବ ଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଯୋଗଦେଇ, ମାଆଙ୍କୁ ଦର୍ଶନ କରିବା ପରେ ମଞ୍ଚରେ ପଦାର୍ପଣ କରି, ପୁଷ୍ପାଞ୍ଜଳି ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚ ଉଦଘାଟନ କରିଥିଲେ !ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ଆୟୋଜକ ମାନଙ୍କ ଉଦ୍ୟମ ବାସ୍ତବିକ ଅଭିନନ୍ଦନୀୟ ବୋଲି କହିବା ସହିତ ଦୀର୍ଘ ୧୫ ବର୍ଷ ପୁର୍ବରୁ ଏଠାରୁ ବଳଭଦ୍ର ଦେବ ଙ୍କ ଦାରୁବ୍ରହ୍ମ ଙ୍କ ଆବିର୍ଭାବ ଓ ବନଯାଗ ଯାତ୍ରାରେ ସ୍ମୃତିମନ୍ଥନ କରି ବାଡଗ୍ରାହି ହଳଧର ଦାସ ମହାପାତ୍ର ମନ୍ତବ୍ୟ ପ୍ରଦାନ କରିଥିଲେ !ତାଙ୍କ କଥାରେ ଉପସ୍ଥିତ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଭାବବିହ୍ବଳ ହୋଇ ଉଠିଥିଲେ । ଅନୁଷ୍ଠାନର ମାର୍ଗ ଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ, ବାଡଗ୍ରାହୀ ଙ୍କୁ ଉତ୍ତରୀୟ ମାନପତ୍ର ଓ ମାଆଙ୍କ ଅଜ୍ଞାମାଳ ଦେଇ ସମ୍ମାନିତ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କୁ ମଧ୍ୟ ଅନୁରୂପ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ମାଆଙ୍କ ବରପୁତ୍ର ଅମରେଶ ରାଉତରାୟ, ଯୁବସମାଜସେବୀ ଅଶୋକ କୁମାର ମହାନ୍ତି , ମାଆଙ୍କ ପରିଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ବିଶ୍ୱରଂଜନ ରାଉଳ , ତ୍ରିଲୋଚନ ରାଉଳ , ହରେକୃଷ୍ଣ ରାଉଳ, ପଣ୍ଡିତ ଅଭୟ କୁମାର ଦାଶ , ଦେବୀ ପ୍ରସାଦ ରାଉଳ , ସମ୍ପାଦକ କ୍ଷୀରୋଦ କୁମାର ରାଉଳ ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ। ସଭା ଆରମ୍ଭ ପୁର୍ବରୁ ଶିଶୁ ନୃତ୍ୟଶିଳ୍ପୀ ସାଇ ସ୍ୱୀକୃତି ମିଶ୍ର ଙ୍କ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ, ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ଦୀର୍ଘ ଏକ ସପ୍ତାହ ବ୍ୟାପୀ ଏହି ଭାଗବତ କାର୍ଯ୍ୟକ୍ରମରେ ମୂଖ୍ୟପୂଜକ ଭାବେ ପଣ୍ତିତ ବିଷ୍ଣୁ ଚରଣ ପାଢ଼ୀ ଙ୍କ ସହିତ ପଣ୍ଡିତ ଦେବଦତ୍ତ ଦାଶ ଓ ଜୟରାଜ ପାଢ଼ୀ ଗୁରୁଦାୟିତ୍ବ ବହନ କରିଥିବା ବେଳେ , ପ୍ରତ୍ୟେହ ସଂଧ୍ୟାରେ ସଙ୍ଗୀତ ନିର୍ଦ୍ଦେଶକ ଅନନ୍ତ୍ କିଶୋର ରଥ ଓ ରଞ୍ଜିତ ପ୍ରଧାନ ବାବା ଙ୍କ ସହିତ ସଙ୍ଗୀତ ପରିଚାଳନା କରିଥିବା ବେଳେ, ଜଗତସିଂହପୁର ମା ସୁବର୍ଣ୍ଣ ବାରାହୀ ଙ୍କ ପୀଠର ପଣ୍ଡିତ ହରେକୃଷ୍ଣ ମିଶ୍ର, ରାଜେଶ ମିଶ୍ର, ରଞ୍ଜନ ପରିଡ଼ା ଓ ସ୍ଵୟଂପ୍ରଭା ପରିଡ଼ା ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ। ଦିବସବ୍ୟାପୀ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରରେ, ବିଶ୍ଵକଲ୍ୟାଣ ପାଇଁ, ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ଆହୁତି ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟର କୋଣ ଅନୁକୋଣରୁ ମଧ୍ୟ ବହସଂଖ୍ୟକ ଶ୍ରାଦ୍ଧକୁ ଭକ୍ତମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଦିନ ଅନୁଷ୍ଠାନ ର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ମଞ୍ଚ ପରିଚାଳନା କରିଥଲେ।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଓଡିଶା !

You may have missed