ନବରଙ୍ଗପୁର ଠାରେ ଜାତୀୟ ସ୍ତର ର ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ଦାବି ପତ୍ର ପ୍ରଦାନ…..
ନବରଙ୍ଗପୁର : -(ଏମ୍.ଦିନା°ଶୁ ଆଚାରୀ) ଓଡିଶା ସରକାର ଙ୍କ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟଵଂଶୀ ସୁରୋଜ ନବରଙ୍ଗପୁର ସ୍ଥିତ ସ୍ଥାନୀୟ ଇଣ୍ଡୋର ବେଡ଼ମୀଣ୍ଟନ ଷ୍ଟେଡ଼ିଅମ ପରିଦର୍ଶନ କରିଥିଲେ. ଏହି ଅବସରରେ ଜିଲ୍ଲା ବେଡ଼ମୀଣ୍ଟନ ସଂଘ ତରଫରୁ ମନ୍ତ୍ରୀ ଙ୍କୁ ଫୁଲ ତୋଡ଼ାଦେଇ ସ୍ୱାଗତ କରାଯିବା ସହ ଶାଲ ଦେଇ ସଂମାନିତ କରାଯାଇଥିଲା. ମନ୍ତ୍ରୀଙ୍କ ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀ ମାଝୀ, ନଗରପାଳ କୁନୁ ନାୟକ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ,ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର , ଜିଲ୍ଲା କ୍ରୀଡା ଅଧିକାରୀ ହେମନ୍ତ ସୌରା, ନବରଙ୍ଗପୁର ଜିଲ୍ଲା ବଣିକ ସଂଘ ସଭାପତି ତଥା ବରିଷ୍ଟ ବିଜେପି ନେତା କାଁହୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ.
ଏହି ଅବସରରେ ମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଖେଳାଳି, ଛାତ୍ର ଛାତ୍ରୀ ମାନଙ୍କ ସହ କଥା ହୋଇ ସେମାନଙ୍କ କେଉଁ ଖେଳ ପ୍ରତି ଆଗ୍ରହ, ପାଠ ପାଇଁ କେତେ ସମୟ ଓ ଖେଳ ପାଇଁ କେତେ ସମୟ ଦେଉ ଛନ୍ତି ଆଦି ପଚାରି ଥିଲେ. ଜିଲ୍ଲା ବେଡ଼ମୀଣ୍ଟନ ସଂଘ ସଭାପତି ରାକେଶ ଗୁପ୍ତା ଏହି ଇଣ୍ଡୋର ଷ୍ଟାଡିଅମ ରେ ଗତ ଦୁଇ ବର୍ଷ ରେ ଦୁଇ ଗୋଟି ରାଜ୍ୟ ସ୍ଥରୀୟ ଓ ଚାରୋଟି ଜିଲ୍ଲା ସ୍ଥରୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଥିବା ସୂଚନା ଦେଇଥିଲେ. ନବରଙ୍ଗପୁର ସଦର ରେ ଏକ ଜାତୀୟ ସ୍ତର ର ଷ୍ଟାଡିଅମ ନିର୍ମାଣ ଓ ସ୍ଥାନୀୟ ଇଣ୍ଡୋର ଷ୍ଟାଡିଅମ କୁ ସମ୍ପ୍ରସାରଣ କରି ଚାରୋଟି କୋର୍ଟ କରିବା ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରି ଥିଲେ. ମନ୍ତ୍ରୀ ଅତି ଶୀଘ୍ର ସମସ୍ତ ଦାବି କୁ ପୂରଣ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଉପାନ୍ତ ଅଞ୍ଚଳରେ ଏହି ଭଳି ପ୍ରତି ଯୋଗିତା ଆୟୋଜନ କରିଥିବା ନିମନ୍ତେ ସଂଘ କୁ ପ୍ରସଂଶା କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବେଡ଼ମୀଣ୍ଟନ ସମ୍ପାଦକ ଲିଙ୍ଗରାଜ ମହାନ୍ତି, କୁଲ୍ଲୁ, ସନ୍ତୋଷ, ଅମିରୁ, ମୁରଲୀ, କପିଳ, ଚିନୁ, ଗୁଡ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ.