ନବରଙ୍ଗପୁର ମାଁ ଭଣ୍ଡାର ଘରଣୀ ମନ୍ଦିର, ଜଗନ୍ନାଥପୁର ର ପୁନଃନିର୍ମାଣ ପାଇଁ ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟିଲେ ଯୁବ ଆଇନଜୀଵୀ…….
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଭେଟି ଜଗନ୍ନାଥପୁର ସ୍ଥିତ ମାଁ ଭଣ୍ଡାର ଘରଣୀ ମନ୍ଦିରର ପୁନଃନିର୍ମାଣ ପାଇଁ ଅନୁରୋଧ କଲେ ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା l ପୁରାତନ ମନ୍ଦିର ଭଙ୍ଗାଯିବାର ଦୀର୍ଘ ନଅ ମାସ ବିତିଯିବା ପରେ ମଧ୍ୟ ମାଁ ଭଣ୍ଡାର ଘରଣୀ ଖୋଲା ଆକାଶ ତଳେ ବର୍ଷା ଶୀତ କାକରରେ ପୂଜା ପାଉଛନ୍ତି l ପୂର୍ବରୁ ମନ୍ଦିର ନିର୍ମାଣ ପାଇଁ 20 ଲକ୍ଷ ଟଙ୍କା ଆସି ପଡ଼ିରହିଛି l ଏ ନେଇ ଯୁବ ଆଇନଜୀବି ଶ୍ରୀ ପଣ୍ଡା ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଙ୍କୁ ଭେଟି ନିଜର କ୍ଷୋଭ ପ୍ରକାଶ କରିଛନ୍ତି l ଏଥିସହ ସେ ମାଁ ଭଣ୍ଡାର ଘରଣୀ ମନ୍ଦିରର ପୁନଃନିର୍ମାଣ ପାଇଁ ସରକାରୀ ପାଣ୍ଠି ରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି l ଘଟଣା ଟି ଅଞ୍ଚଳ ତଥା ଜିଲ୍ଲାର ଲୋକମାନଙ୍କ ର ଆସ୍ଥା ର ବିଷୟ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଘଟଣା କୁ ଗମ୍ଭୀରତା ର ସହ ନେବା ସହ ଜିଲ୍ଲାପାଳ ଙ୍କୁ ଏ ବାବଦରେ ରିପୋର୍ଟ ତଲବ କରିବେ ବୋଲି କହିବା ସହ ଆଗାମୀ ଦିନରେ ସରକାର ଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି l