November 15, 2024

ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ତା:୧୬-୦୮-୨୦୨୪ ସ୍ୱାଧୀନତାର ୭୮ବର୍ଷ ପାଳନ ଅବସରରେ ଗୁଣପୁର ବ୍ଲକ ତରଫରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୩ତାରିଖ ଦିନ ଗୁଣପୁର ବ୍ଲକ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇ ବାଇପାସ ଦେଇ ପୁଣି ବ୍ଲକ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା । ୧୫ତାରିଖ ଦିନ ଅପରାହ୍ନ ୩ଘଟିକା ସମୟରେ ଗୁଣପୁର ଟାଉନହଲ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ଗୁଣପୁର କୀରଣଦୀପ କୌର, ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଗୁଣପୁର ପୋୖର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଗୁଣପୁର ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ଘନନ୍ତ୍ରୀ ସରପଞ୍ଚ, ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକସମ୍ମାନିତ ଅତିଥି ଯୋଗ ଦେଇଥିବା ବେଳେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ପ୍ରତି ଘର ଉପରେ ତ୍ରିରଙ୍ଗା ଲଗେଇ ଭାରତୀୟତାର ପରିଚୟ ସୃଷ୍ଟି କରିବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦ୍ୟେଶ ବୋଲି ଅତିଥି ମନେ ମତବ୍ୟକ୍ତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଅତିଥି ମାନେ କାନଭାସରେ ଘରେ ଘରେ ତ୍ରିରଙ୍ଗା ଉପରେ ମତାମତ ଲେଖିଥିଲେ । ସମସ୍ତ ସାଂସ୍କୃତିକ ଦଳକୁ ପୁରସ୍କାର ଓ ମାନପତ୍ର ଅତିଥି ମନେ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ମଙ୍ଗଳ ଅଧିକରୁ ଗଙ୍ଗାଧର ବେହେରା, ପଞ୍ଚାୟତ ଅଧିକାରୀ ଦିବାକର ପି, ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଦିଲ୍ଲୀପ ଚୌଧୁରୀ ସଂଯୋଜନା କରିଥିଲେ ।